ନୂଆଦିଲ୍ଲୀ: ଗୋଟିଏ ପଟେ ଇସ୍ରାଏଲ ସେନା ଲେବାନନରେ ଥିବା ହେଜବୁଲ୍ଲାର ବିଭିନ୍ନ ଠିକଣା ଉପରେ ଜୋରଦାର ଆକ୍ରମଣ କରୁଥିବା ବେଳେ ଅନ୍ୟପଟେ ହେଜବୁଲ୍ଲା ମଧ୍ୟ ଏହାର ଜବାବ ଦେଇଛି। ହେଜବୁଲ୍ଲା ଉତ୍ତର ଇସ୍ରାଏଲ ଉପରେ ୧୪୦ଟି କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ହିଜବୁଲ୍ଲାର ଏହି କ୍ଷେପଣାସ୍ତ୍ର ଆକ୍ରମଣରେ ଇସ୍ରାଏଲର କେତେ କ୍ଷୟକ୍ଷତି ହୋଇଛି ସେ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା ସୂଚନା ମିଳିପାରିନାହିଁ। ଇସ୍ରାଏଲ ଉପରେ ବଡ଼ ଧରଣର ବୋମା ମାଡ଼ କରି ପୂର୍ବ ଆକ୍ରମଣର ପ୍ରତିଶୋଧ ନେବାକୁ ହେଜବୁଲ୍ଲା ନେତା ହାସନ ନସରଲ୍ଲା ପ୍ରତିଶ୍ରୁତି ଦେବାର ଦିନକ ପରେ ଏହି ଆକ୍ରମଣ ହୋଇଛି।
ହେଜବୁଲ୍ଲା କହିଛି ଯେ ଏହା କାତ୍ୟୁଶା ରକେଟ୍ ସହ ଇସ୍ରାଏଲର ଅନେକ ସ୍ଥାନକୁ ଟାର୍ଗେଟ କରିଛି, ଯେଉଁଥିରେ ଅନେକ ଏୟାର ଡିଫେନ୍ସ ବେସ୍ ଏବଂ ଇସ୍ରାଏଲର ଗୁଇନ୍ଦା ବ୍ରିଗେଡର ମୁଖ୍ୟାଳୟ ରହିଛି।
ଇସ୍ରାଏଲ ସେନା କହିଛି ଯେ ଶୁକ୍ରବାର ଅପରାହ୍ନରେ ଲେବାନନ-ଇସ୍ରାଏଲ ସୀମା ନିକଟବର୍ତ୍ତୀ ସ୍ଥାନଗୁଡ଼ିକୁ ଟାର୍ଗେଟ କରି ତିନି ରାଉଣ୍ଡରେ ରକେଟ୍ ନିକ୍ଷେପ କରାଯାଇଥିଲା। ହେଜବୁଲ୍ଲା କହିଛି ଯେ ଏହା କାତ୍ୟୁଶା ରକେଟ୍ ସହ ଇସ୍ରାଏଲର ଅନେକ ସ୍ଥାନକୁ ଟାର୍ଗେଟ କରିଛି, ଯେଉଁଥିରେ ଅନେକ ଏୟାର ଡିଫେନ୍ସ ବେସ୍ ଏବଂ ଇସ୍ରାଏଲର ଗୁଇନ୍ଦା ବ୍ରିଗେଡର ମୁଖ୍ୟାଳୟ ରହିଛି। ପ୍ରଥମ ଥର ପାଇଁ ଏହି ସବୁ ସ୍ଥାନରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ହେଜବୁଲ୍ଲା କହିଛି ଯେ ଦକ୍ଷିଣ ଲେବାନନର ଗାଁ ଏବଂ ଘର ଉପରେ ଇସ୍ରାଏଲର ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଏହି ରକେଟ୍ ନିକ୍ଷେପ କରାଯାଇଥିଲା।
ଏହା ପୂର୍ବରୁ ଗୁରୁବାରରୁ ଶୁକ୍ରବାର ରାତିରେ ଇସ୍ରାଏଲ ବାୟୁସେନାର ବିମାନ ଦକ୍ଷିଣ ଲେବାନନର ହେଜବୁଲ୍ଲା ଠିକଣାରେ ଘାତକ ଆକ୍ରମଣ କରିଥିଲା। ରାତି ସାରା ଇସ୍ରାଏଲର ଲଢୁଆ ବିମାନ ଲେବାନନ ଉପରେ ଗର୍ଜନ ଜାରି ରଖିଥିଲା । ଏହି ଇସ୍ରାଏଲ ଆକ୍ରମଣରେ ୧୦୦ରୁ ଅଧିକ ହିଜବୁଲ୍ଲା ରକେଟ୍ ଲଞ୍ଚର ନଷ୍ଟ ହୋଇଥିବା ବେଳେ ସଂଗଠନର ୧୦୦ରୁ ଅଧିକ ସ୍ଥାନ ନଷ୍ଟ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/rkfpgdnXXR1oUGni0YvG.jpeg)