ଦିଲ୍ଲୀରେ ହାଇ ଆଲର୍ଟ: ଲାଲ୍‌କିଲ୍ଲାରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା

ନୂଆଦିଲ୍ଲୀ:  ସ୍ବାଧୀନତା ଦିବସ ଅବସରରେ ପୁରୁଣା ଦିଲ୍ଲୀର ଲାଲକିଲ୍ଲାରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ। ଲାଲ୍‌କିଲ୍ଲାଠାରୁ ୩ କିମି ଅଞ୍ଚଳ ପରିସର ମଧ୍ୟରେ ଆତଙ୍କବାଦୀ ଆକ୍ରମଣ ନେଇ ଗୁଇନ୍ଦା ସୂତ୍ରରୁ ଖବର ମିଳିବାପରେ ଦିଲ୍ଲୀରେ ହାଇ ଆଲର୍ଟ ଜାରି ହୋଇଛି। ଦିଲ୍ଲୀ ପୁଲିସ ସର୍ବାଧିକ ସତର୍କ ରହିବା ପାଇଁ ସୁରକ୍ଷା ପ୍ରତିଷ୍ଠାନ ପକ୍ଷରୁ କୁହାଯାଇଛି।

ଦିଲ୍ଲୀର ୧୭ଟି ସମ୍ବେଦନଶୀଳ ସ୍ଥାନରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଦିଲ୍ଲୀ ସମେତ ଦେଶର ସମସ୍ତ ବିମାନବନ୍ଦର ଗୁଡ଼ିକରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଗୁଇନ୍ଦା ସୂଚନା ଅନୁଯାୟୀ ଆଫଗାନିସ୍ତାନ ପାସପୋର୍ଟ‌୍ ନେଇ ୨-୪ ଜଣ ଆତଙ୍କବାଦୀ ଦିଲ୍ଲୀ ପ୍ରବେଶ କରିପାରନ୍ତି। ପଡ଼ୋଶୀ ରାଜ୍ୟ ଗୁଡ଼ିକରେ ମଧ୍ୟ ହାଇ ଆଲର୍ଟ ଜାରି ହୋଇଛି। ଦିଲ୍ଲୀର ସମସ୍ତ ବସ୍‌ ଷ୍ଟାଣ୍ଡ୍‌ରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଦିଲ୍ଲୀର ଶରଣାର୍ଥୀ କଲୋନି ଉପରେ କଡ଼ା ନଜର ରଖାଯାଇଛି। ସବୁ ରାଜ୍ୟର ପୁଲିସ ମୁଖ୍ୟଙ୍କୁ ସତର୍କ ରହିବାପାଇଁ କଡ଼ା ନିର୍ଦ୍ଦେଶ ଜାରି ହୋଇଛି। ବିମାନବନ୍ଦରରେ ଦର୍ଶକଙ୍କ ପ୍ରବେଶକୁ ବାରଣ କରାଯାଇଛି। ଅଗଷ୍ଟ ୧୦ରୁ ୨୦ ମଧ୍ୟରେ ସେମାନଙ୍କ ପାଇଁ ଟିକେଟ୍‌ ବିକ୍ରି ବନ୍ଦ ରହିଛି। ଅନ୍ୟପକ୍ଷେ ଇଦ୍‌ ଅବସରରେ ଆଇଏସ୍‌ ଆତଙ୍କବାଦୀ ଗୋଷ୍ଠୀ ଜମ୍ମୁ କଶ୍ମୀର ସମେତ ଭାରତର ଅନ୍ୟ କେତେକ ରାଜ୍ୟରେ ମଧ୍ୟ ଆକ୍ରମଣ କରିପାରେ ବୋଲି ଗୁଇନ୍ଦା ସତର୍କ କରାଇ ଦେଇଛି।

ସମ୍ବନ୍ଧିତ ଖବର