ଭାରତକୁ ପଶିଆସିଛନ୍ତି ୪ ଆତଙ୍କବାଦୀଙ୍କ ସହ ଆଇଏସଆଇ ଏଜେଣ୍ଟ, ସାରା ଦେଶରେ ହାଇଆଲର୍ଟ

ଜୟପୁର: ଭାରତକୁ ପଶିଆସିଛନ୍ତି ୪ ଆତଙ୍କବାଦୀଙ୍କ ସହ ଜଣେ ଆଇଏସଆଇ ଏଜେଣ୍ଟ | ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇର ଏଜେଣ୍ଟ ଭାରତକୁ ଆସିଥିବାରୁ ଏବେ ରାଜସ୍ଥାନ ଓ ଗୁଜୁରାଟ ସହ ସମଗ୍ର ଦେଶରେ ହାଇ ଆଲର୍ଟ ଜାରି କରାଯାଇଛି | ରାଜସ୍ଥାନ ପୁଲିସ ପକ୍ଷରୁ କୁହାଯାଇଛି ଯେ ପାକିସ୍ତାନ ଆତଙ୍କବାଦୀ ଓ ଏଜେଣ୍ଟ ଆଫଗାନିସ୍ତାନ ପାସପୋର୍ଟ ମାଧ୍ୟମରେ ଭାରତକୁ ପଶିଆସିଛନ୍ତି | ଏହାପରେ ସମଗ୍ର ଦେଶରେ ହାଇଆଲର୍ଟ ଜାରି କରାଯାଇଛି |

ଭିଡ଼ ଅଞ୍ଚଳ ସହ ରେଳ ଷ୍ଟେସନ, ବସଷ୍ଟାଣ୍ଡରେ ଛାନଭିନ କରାଯିବା ସହ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି | ବିମାନବନ୍ଦରରେ କଡା ଯାଞ୍ଚ କରାଯିବା ସହ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିଲେ ପୁଲିସକୁ ଖବର ଦେବାକୁ କୁହାଯାଇଛି | ଏଠାରେ ସୂଚନା ଥାଉ କି ଗୁଇନ୍ଦା ସଂସ୍ଥା ଗୁଡ଼ିକ ପକ୍ଷରୁ ସୂଚନା ମିଳିଛି କି, ଯେ କୌଣସି ମୂହୁର୍ତ୍ତରେ ପାକିସ୍ତାନରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନଗୁଡ଼ିକ ସୁଯୋଗ ପାଇଲେ ଜମ୍ମୁ-କଶ୍ମୀର ଉପତ୍ୟାକାରେ ଅସ୍ଥିରତା ସୃଷ୍ଟି କରି ପାରନ୍ତି |

ଏହି କ୍ରମରେ ଗୁଇନ୍ଦା ବିଭାଗ ପକ୍ଷରୁ ଭାରତୀୟ ସେନା, ବାୟୁସେନା ଓ ଜମ୍ମୁକଶ୍ମୀରରେ ମହଜୁଦ ଥିବା ସମସ୍ତ ସୁରକ୍ଷାକର୍ମୀଙ୍କୁ ହାଇଆଲର୍ଟରେ ରହିବାକୁ କୁହାଯାଇଛି। ଯାହାଫଳରେ ଏବେ ଜାମ୍ମୁକାଶ୍ମୀରରେ ବ୍ୟାପକ ସଂଖ୍ୟାରେ ସୁରକ୍ଷାକର୍ମୀ ମୁତୟନ ହୋଇଥିବାରୁ ଦେଶର ଅନ୍ୟ ଅଂଚଳରେ ଆତଙ୍କବାଦୀ ଆକ୍ରମଣ କରାଇବାକୁ ଯୋଜନା କରିଛନ୍ତି |

ସମ୍ବନ୍ଧିତ ଖବର