କଂଗ୍ରେସ ହାଇକମାଣ୍ଡ୍ ବାଛିବେ ହିମାଚଳ ମୁଖ୍ୟମନ୍ତ୍ରୀ

ସିମଲା : ହିମାଚଳ ପ୍ରଦେଶରେ କଂଗ୍ରେସ ବିଧାୟକ ଦଳ ବୈଠକ ଶୁକ୍ରବାରଦିନ ବସିଥିଲା । ଏହି ବୈଠକରେ ଏକ ଧାଡ଼ିକିଆ ପ୍ରସ୍ତାବ ଗୃହୀତ ହୋଇଛି । ଏଥିରେ ହାଇକମାଣ୍ଡଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ବାଛିବାର ଅଧିକାର ଦିଆଯାଇଛି ।

ଏହି ପାହାଡି ରାଜ୍ୟରେ ବିଜୟ ପରେ କଂଗ୍ରେସ ଏବେ ମୁଖ୍ୟମନ୍ତ୍ରୀ ବାଛିବାରେ ସମସ୍ୟାର ସମ୍ମୁଖୀନ ହେଉଛି, କାରଣ ଏଥିପାଇଁ ଅନେକ ପ୍ରତିଦ୍ୱନ୍ଦ୍ୱୀ ଆଗକୁ ଆସୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆଜି ରାଜ୍ୟର ନବ ନିର୍ବାଚିତ ବିଧାୟକଙ୍କ ଏହି ବୈଠକ ଡକାଯାଇଥିଲା ।

ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସର ଅନେକ ଆଶାୟୀ ପ୍ରାର୍ଥୀ ଅଛନ୍ତି । ଏହି ଦୌଡ଼ରେ ଆଗୁଆ ଅଛନ୍ତି ହେଉଛନ୍ତି କଂଗ୍ରେସର ହିମାଚଳ ପ୍ରଦେଶ ମୁଖ୍ୟ ପ୍ରତିଭା ସିଂ, ଯିଏକି ସ୍ୱର୍ଗତ ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂଙ୍କ ପତ୍ନୀ। ପ୍ରତିଭା ସିଂ ଏବେ ମଣ୍ଡି ଲୋକସଭା ସାଂସଦ ଅଛନ୍ତି । ସେ ଏହି ନିର୍ବାଚନରେ ପ୍ରଚାରର ନେତୃତ୍ବ ନେଇଥିଲେ । କିନ୍ତୁ ସେ ନିର୍ବାଚନ ଲଢିନଥିଲେ । ତାଙ୍କ ପଛରେ କିଛି କଂଗ୍ରେସ ବିଧାୟକଙ୍କ ସମର୍ଥନ ଅଛି ବୋଲି କୁହାଯାଉଛି ।

ଏଗୁଡ଼ିକ ବ୍ୟତୀତ ବିଦାୟୀ ବିଧାନସଭାରେ ବିରୋଧୀ ଦଳ ନେତା ସୁଖବିନ୍ଦର ସିଂ ସୁଖୁ, କଂଗ୍ରେସ ବିଧାୟକ ଦଳ ନେତା ମୁକେଶ ଅଗ୍ନିହୋତ୍ରୀ ଏବଂ ହର୍ଷବର୍ଦ୍ଧନ ଚୌହାନ ଓ ଆଉ ତିନି ଜଣ ପ୍ରତିଦ୍ୱନ୍ଦ୍ୱୀ ଅଛନ୍ତି । ଏହି କାରଣରୁ ମୁଖ୍ୟମନ୍ତ୍ରୀ ବାଛିବା ହାଇକମାଣ୍ଡଙ୍କ ପାଇଁ କଷ୍ଟକର ହୋଇପଡ଼ିଛି ।

ସମ୍ବନ୍ଧିତ ଖବର