ପାଇଲଟ୍‌ ଅଭିନନ୍ଦନଙ୍କୁ ତୁରନ୍ତ ଦେଶକୁ ଫେରାଇବାକୁ ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟକୁ ଇସ୍‌ଲାମବାଦରେ ଥିବା ଭାରତୀୟ ହାଇ କମିସନ ଲେଖିଲେ ଚିଠି

ଇସ୍‌ଲାମବାଦ୍‌: ଇସ୍‌ଲାମବାଦଠାରେ ଅବସ୍ଥାପିତ ଭାରତୀୟ ହାଇ କମିସନ ବୁଧବାର ସଂଧ୍ୟାରେ ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟକୁ ଏକ ପତ୍ର ଲେଖିଛନ୍ତି। ଏହି ପତ୍ର ପୂର୍ବରୁ ସେ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ମାର୍ଫତରେ ନୂଆଦିଲ୍ଳୀଠାରେ ଅବସ୍ଥାପିତ ପାକିସ୍ତାନ ହାଇ କମିସନଙ୍କୁ ମଧ୍ୟ ଲେଖିଥିଲେ। ଭାରତୀୟ ହାଇ କମିସନ ଲେଖିଥିବା ତାଙ୍କର ଏହି ପତ୍ରରେ ଗତକାଲିଠାରୁ ପାକିସ୍ତାନରେ ବନ୍ଦୀ ହୋଇ ରହିଥିବା ଭାରତୀୟ ବାୟୁ ସେନାର ପାଇଲଟ୍‌ ସ୍କ୍ଵାଡେନ୍‌ ଲିଡର ଅଭିନନ୍ଦନ ବର୍ତମାନଙ୍କୁ ଭାରତକୁ ପ୍ରତ୍ୟାର୍ପଣ କରିବା ନିମନ୍ତେ ତୁରନ୍ତ ରାଜନୈତିକ ସ୍ତରରେ ନିଷ୍ପତ୍ତି ନେବାକୁ ସେ ଅନୁରୋଧ କରିଛନ୍ତି।

ପାଇଲଟ୍‌ ଅଭିନନ୍ଦନଙ୍କୁ ସୁରକ୍ଷିତ ଭାବେ ତୁରନ୍ତ ଦେଶକୁ ଫେରାଇବାକୁ ଭାରତୀୟ ସରକାର ପୂର୍ବରୁ ପାକିସ୍ତାନକୁ କହିଥିବା ସୂଚନା ରହିଛି। ବନ୍ଦୀ ଭାରତୀୟ ପାଇଲଟଙ୍କର କୌଣସି ପ୍ରକାର କ୍ଷତି ନ କରିବା ପାଇଁ ପୂର୍ବରୁ ପାକିସ୍ତାନକୁ ଭାରତ ପକ୍ଷରୁ ଚେତାବନୀ ଦିଆଯାଇଥିଲା। ଉଲ୍ଲେଯୋଗ୍ୟ, ବୁଧବାର ପାକ୍‌ ଆକ୍ରମଣ କରି ଦୁଇ ଭାରତୀୟ ପାଇଲଟଙ୍କୁ ବନ୍ଦୀ କରି ନେଇଛି ବୋଲି ଗୁଜବ ପ୍ରଘଟ କରିଥିଲା। ଏବେ ସେ ଜଣେ ହିଁ ପାଇଲଟଙ୍କୁ ବନ୍ଦୀ କରି ନେଇଥିବା କଥା ନିଜେ ସ୍ୱୀକାର କରିଛି।

ସମ୍ବନ୍ଧିତ ଖବର