ଇସଲାମାବାଦ: ତୋଶାଖାନାର ମୂଲ୍ୟବାନ ଉପହାରଗୁଡ଼ିକୁ ନ ଫେରାଇଲେ ମଧ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ବିରୋଧରେ ମାମଲା ଚାଲିବ ନାହିଁ ବୋଲି ପାକିସ୍ତାନର ହାଇକୋର୍ଟ ରାୟ ଦେଇଛନ୍ତି। ବିଚାରପତି ମିଆଁଗୁଲ୍ ହସନ୍ ଔରଙ୍ଗଜେବ୍ ଏହି ମାମଲାରେ ଆଜି ରାୟ ଶୁଣାଇଛନ୍ତି। ୧୪ ପୃଷ୍ଠା ସମ୍ବଳିତ ଏହି ରାୟରେ ବିଚାରପତି ମିଆଁଗୁଲ୍ ଦର୍ଶାଇଛନ୍ତି, ୨୦୨୩ରେ ତୋଶାଖାନା ସଂଶୋଧିତ ନିୟମାନୁସାରେ ‘ରାଷ୍ଟ୍ରୀୟ ନେତାଙ୍କୁ ମିଳିଥିବା ଉପହାର’ ତୋଶାଖାନାକୁ ପ୍ରଦାନ ନକଲେ ଜୋରିମାନା ଓ ଜେଲଦଣ୍ଡର ବ୍ୟବସ୍ଥା ରହିଛି। ତେବେ ଏହି ନିୟମ ୨୦୨୩ ପୂର୍ବରୁ ମିଳିଥିବା ଉପହାର ସକାଶେ ଲାଗୁ ହୋଇପାରିବ ନାହିଁ। ୨୦୧୮ ତୋଶାଖାନା ନିୟମରେ ଉପହାର ସାମଗ୍ରୀ ବାବଦକୁ କେବଳ ରସିଦ ଜମା କରିବା ନିର୍ଦ୍ଦେଶ ରହିଛି ବୋଲି ବିଚାରପତି କହିଛନ୍ତି।
ସୂଚନାଯୋଗ୍ୟ, ଇମ୍ରାନ ଖାନ୍ ପ୍ରଧାନମନ୍ତ୍ରୀ ଥିବା ବେଳେ ବିଭିନ୍ନ ରାଷ୍ଟ୍ର ତାଙ୍କୁ ଅନେକ ମୂଲ୍ୟବାନ ଉପହାର ଦେଇଥିଲେ। ତେବେ ଇମ୍ରାନ୍ ଖାନ୍ ଏହାକୁ ତୋଶାଖାନାରେ ଜମା ଦେଇନଥିଲେ। ଫଳରେ ଫେଡରାଲ୍ ଇନ୍ଭେଷ୍ଟିଗେସନ୍ ଏଜେନ୍ସି (ଏଫ୍ଆଇଏ)ଇମ୍ରାନ୍ ଖାନ୍ ଓ ତାଙ୍କ ପତ୍ନୀ ବୁଶ୍ରା ବିବିଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଉପହାର ହେରଫେର ଯୋଗୁଁ ରାଜକୋଷକୁ ୩୨.୮ ନିୟୁତ ପାକିସ୍ତାନୀ ଟଙ୍କା କ୍ଷତି ହେଲା ବୋଲି ଅଭିଯୋଗ ଫର୍ଦ୍ଦରେ ଦର୍ଶାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/post_attachments/wp-content/uploads/2022/03/PM_Imran_Khan1.jpeg)