ନୂଆଦିଲ୍ଲୀ : ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ସେପ୍ଟେମ୍ବର ୨୦୧୩ରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ୨ଟି ବେଞ୍ଚ୍ ପ୍ରତିଷ୍ଠା ପାଇଁ ପତ୍ର ଲେଖିଥିଲେ। କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ପତ୍ର ପାଇବାପରେ ଏହାକୁ ଅକ୍ଟୋବର ୨୦୧୩ରେ ଓଡ଼ିଶା ହାଇକୋର୍ଟଙ୍କ ମୁଖ୍ୟ ବିଚାରପତିଙ୍କ ନିକଟକୁ ପଠାଇ ଦେଇଥିଲେ। ତେବେ ହାଇକୋର୍ଟର ବେଞ୍ଚ୍ ପ୍ରତିଷ୍ଠା ପ୍ରକ୍ରିୟା କେନ୍ଦ୍ର ସରକାର ରାଜ୍ୟର ସାମ୍ବିଧାନିକ କର୍ତ୍ତୃପକ୍ଷ ତଥା ହାଇକୋର୍ଟରୁ ଆବଶ୍ୟକ ମଂଜୁରି ପାଇ ସାରିବା ପରେ ଆରମ୍ଭ କରିଥାନ୍ତି। ପୂର୍ଣ୍ଣାଙ୍କ ପ୍ରସ୍ତାବ ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାରଙ୍କ ହସ୍ତଗତ ହୋଇନାହିଁ। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ବେଞ୍ଚ୍ ପ୍ରତିଷ୍ଠା କରିବା ମାମଲାରେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଆଇନ ରାଷ୍ଟ୍ରମନ୍ତ୍ରୀ ପିପି ଚୌଧୁରୀ। କେନ୍ଦ୍ର ଆଇନ ରାଷ୍ଟ୍ରମନ୍ତ୍ରୀ ପିପି ଚୌଧୁରୀ ଉତ୍ତରରେ କହିଛନ୍ତି ଯେ ଯଶବନ୍ତ ସିଂହ କମିସନଙ୍କ ସୁପାରିସ ତଥା ସୁପ୍ରିମକୋର୍ଟର ରିଟ୍ ପିଟିସନ୍ ୩୭୯/୨୦୦୦ର ରାୟ ଅନୁସାରେ ରାଜ୍ୟ ସରକାରଙ୍କ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ଅନ୍ତର୍ଗତ ହାଇକୋର୍ଟ ବେଞ୍ଚ୍ ପ୍ରତିଷ୍ଠା କରାଯାଇଥାଏ। ରାଜ୍ୟ ସରକାରଙ୍କ ଦ୍ୱାରା ବେଞ୍ଚ୍ ପ୍ରତିଷ୍ଠା ନେଇ ଭିତ୍ତିଭୂମି ତଥା ଖର୍ଚ୍ଚ ବହନ ସହିତ ସେହି ରାଜ୍ୟର ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସହମତି ଆବଶ୍ୟକ ଥାଏ। ହାଇକୋର୍ଟର ମୁଖ୍ୟ ବିଚାରପତି ହାଇକୋର୍ଟ ଓ ବେଞ୍ଚ୍ର ଦୈନନ୍ଦିନ ପ୍ରଶାସନିକ ବ୍ୟାପାର ତଦାରଖ କରିଥାନ୍ତି। ପ୍ରସ୍ତାବରେ ସମ୍ପୃକ୍ତ ରାଜ୍ୟର ରାଜ୍ୟପାଳଙ୍କ ସହମତି ଆବଶ୍ୟକ ଥାଏ ବୋଲି କେନ୍ଦ୍ର ଆଇନ ରାଷ୍ଟ୍ରମନ୍ତ୍ରୀ ଲିଖିତ ଉତ୍ତରରେ କହିଛନ୍ତି।
ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା : ରାଜ୍ୟ ସରକାରଙ୍କଠାରୁ ପୂର୍ଣ୍ଣାଙ୍ଗ ପ୍ରସ୍ତାବ କେନ୍ଦ୍ର ସରକାରଙ୍କୁ ମିଳିନି
/sambad/media/post_attachments/wp-content/uploads/2018/08/caourt.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)