ନୂଆଦିଲ୍ଲୀ : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ସ୍ଥାପନ ମାମଲା ଆଜି ରାଜ୍ୟସଭାରେ ଉଠିଛି। ଆଜି ରାଜ୍ୟସଭାରେ ଶୂନ୍ୟକାଳରେ ସ୍ପେସାଲ୍ ମେନ୍ସନ୍ ଜରିଆରେ ବିଜେଡି ରାଜ୍ୟସଭା ନେତା ପ୍ରସନ୍ନ ଆଚାର୍ଯ୍ୟ ଏହି ପ୍ରସଙ୍ଗ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ପଶ୍ଚିମ ଓଡ଼ିଶାବାସୀ ୧୯୫୯ରୁ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ୍ ପ୍ରତିଷ୍ଠା କରିବା ନେଇ ଲଗାତାର୍ ଦାବି କରି ଆସୁଛନ୍ତି ବୋଲି ପ୍ରସନ୍ନ କହିଥିଲେ। ଓଡ଼ିଶା ହାଇକୋର୍ଟ ୧୯୪୮ରେ ସ୍ଥାପନ ହେବା ସମୟରେ ଓଡ଼ିଶାର ଜନସଂଖ୍ୟା ୮୫ ଲକ୍ଷ ଥିଲା। ବର୍ତ୍ତମାନ ଜନସଂଖ୍ୟା ୪.୫ କୋଟିକୁ ବୃଦ୍ଧି ପାଇଛି। ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାରେ ଅନୁସୂଚିତ ଜାତି, ଜନଜାତି ତଥା ଓବିସି କମ୍ୟୁନିଟି ଅଧିକ ଅଛନ୍ତି ଯେଉଁମାନେ ସେମାନଙ୍କର ଆର୍ଥିକ ସ୍ଥିତି ତଥା ଅନ୍ୟାନ୍ୟ ସମସ୍ୟା ଯୋଗୁଁ ନ୍ୟାୟ ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହୋଇପାରୁନାହାନ୍ତି। ତେବେ ଏହା ଜଷ୍ଟିସ ଆଟ୍ ଡୋରଷ୍ଟେପ୍ ମନ୍ତବ୍ୟକୁ ବିରୋଧାଭାସ କରୁଛି ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ।
ରାଜ୍ୟସଭାରେ ଉଠିଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ପ୍ରସଙ୍ଗ
/sambad/media/post_attachments/wp-content/uploads/2018/07/parliment-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)