ମୁମ୍ବାଇ ଟ୍ରେନ୍ ବିସ୍ଫୋରଣକାରୀକୁ ଲ ପରୀକ୍ଷା ପାଇଁ ଅନୁମତି ଦେଲେନି ହାଇକୋର୍ଟ

ମୁମ୍ବାଇ : ମୁମ୍ବାଇ ଟ୍ରେନ୍ ବିସ୍ଫୋରଣରେ ଦୋଷୀ ସାବ୍ୟସ୍ତ ଏହ‌ତେସାମ ସିଦ୍ଦିକି ଲ ପରୀକ୍ଷା ଦେବା ପାଇଁ ଅନୁମତି ପ୍ରାର୍ଥନା କରିଥିବା ବେଳେ ବୁଧବାର ମୁମ୍ବାଇ ହାଇକୋର୍ଟ ଅନୁମତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ କହିଛନ୍ତି, ଏତେ କମ୍‌ ସମୟ ଭିତରେ ତାକୁ ନାଗପୁର ଜେଲରୁ ପୁଲିସ ସୁରକ୍ଷା ଭିତରେ ପରୀକ୍ଷା ଦେବା ଲାଗି ମୁମ୍ବାଇ ନେବା ସହଜ ନୁହେଁ। ଆସନ୍ତା ବର୍ଷ ଯେତେବେଳେ ପୁଣି ପରୀକ୍ଷା ହେବ ସେତେବେଳେ ସେ ଦେଇପାରିବ ବୋଲି କୋର୍ଟ କହିଛନ୍ତି।

ସୂଚନାଯୋଗ୍ୟ, ମୁମ୍ବାଇ ଟ୍ରେନ୍ ବିସ୍ଫୋରଣ ମାମଲାରେ ଗିରଫ ହେବା ପରଠାରୁ ଅଦ୍ୟାବଧି ୧୬ ବର୍ଷ ହେଲା ସିଦ୍ଦିକି ନାଗପୁର ଜେଲରେ ଅଛି। ୨୦୧୫ରେ ତାକୁ ମୃତ୍ୟୁଦଣ୍ଡାଦେଶ ଦିଆଯାଇଥିଲା। ଏହା ବିରୋଧରେ ହାଇକୋର୍ଟରେ ଆବେଦନ କରାଯାଇଥିବା ବେଳେ ତାହା ଏବେ ବିଚାରାଧୀନ ରହିଛି। ୨୦୧୪-୧୫ରେ ବିଚାରାଧୀନ ବନ୍ଦୀ ଥିବା ବେଳେ ସିଦ୍ଦିକି ସିଦ୍ଧାର୍ଥ ଲ କଲେଜରେ ତିନିବର୍ଷିଆ ଆଇନ ପାଠ୍ୟକ୍ରମର ଦୁଇଟି ସିମେଷ୍ଟର ଶେଷ କରିଛି। ତୃତୀୟ ସିମେଷ୍ଟର ଫେବ୍ରୁଆରି ୨ରୁ ୮ ଯାଏ ହେବାର ଥିଲା।

ସମ୍ବନ୍ଧିତ ଖବର