ଉତ୍ତରାଖଣ୍ଡ ହାଇକୋର୍ଟଙ୍କ ଐତିହାସିକ ରାୟ

ଏସ୍‌ସି/ଏସ୍‌ଟିଙ୍କ ପୂଜାକର୍ମ ପାଇଁ ଉଚ୍ଚ ଜାତି ପୁରୋହିତ ମନା କରିପାରିବେନି

ଡେରାଡ଼ୁନ୍‌: ଉତ୍ତରାଖଣ୍ଡ ହାଇକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି ଯେ ଉଚ୍ଚ ଜାତିର ପୁରୋହିତମାନେ ଅନୁସୂଚିତ ଜାତି ଏବଂ ଜନଜାତି ସମ୍ପ୍ରଦାୟର ଲୋକମାନଙ୍କର କୌଣସି ପୂଜାକର୍ମ ପାଇଁ ମନା କରିପାରିବେ ନାହିଁ। ରାଜ୍ୟର ସମସ୍ତ ନିମ୍ନଜାତି ଲୋକମାନଙ୍କ ଦ୍ୱାରା କୌଣସି ଧାର୍ମିକ ଅନୁଷ୍ଠାନ କିମ୍ବା ମନ୍ଦିରରେ ହେଉଥିବା ଧାର୍ମିକ ପୂଜାକର୍ମ ପାଇଁ କୌଣସି ଉଚ୍ଚ ଜାତିର ପୁରୋହିତମାନେ ମନା କରିପାରିବେନି ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ବିଚାରପତି ରାଜିବ ଶର୍ମା ଏବଂ ବିଚାରପତି ଲୋକପାଳ ସିଂହଙ୍କ ଖଣ୍ଡପୀଠ ଆଜି କହିଛନ୍ତି ଯେ ଜାତି ଧର୍ମ ନିର୍ବିଶେଷରେ ସମସ୍ତ ବ୍ୟକ୍ତି କୌଣସି ବାଛ ବିଚାର ନଥାଇ ରାଜ୍ୟର ଯେ କୌଣସି ମନ୍ଦିରରେ ପ୍ରବେଶ କରିପାରିବେ। ଅନ୍ୟ ଜାତିର ବ୍ୟକ୍ତି ମନ୍ଦିର ପୁରୋହିତ ହେବାରେ ମଧ୍ୟ କୌଣସି ପ୍ରକାର ପ୍ରତିବନ୍ଧକ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି।

ସମ୍ବନ୍ଧିତ ଖବର