ଦଳିତ ବିରୋଧୀ ଅପରାଧରେ ବି ‘ନିୟମିତ’ ଗିରଫଦାରି ମନା: ହାଇକୋର୍ଟ

ଆହ୍ଲାବାଦ: ଦଳିତ ବିରୋଧୀ ଅପରାଧରେ ମଧ୍ୟ ‘ନିୟମିତ’ ଗିରଫଦାରି କରାଯାଇ ପାରିବ ନାହିଁ। ୨୦୧୪ରେ ସୁପ୍ରିମ୍‌କୋର୍ଟଙ୍କ ଆଦେଶ ବଳରେ ଧାର୍ଯ୍ୟ ହୋଇଥିବା ସିଆର୍‌ପିସି ବ୍ୟବସ୍ଥାକୁ ପାଳନ କରିବା ନିହାତି ଆବଶ୍ୟକ। ଏହାକୁ ନ ମାନି ପୁଲିସ କୌଣସି ନିୟମିତ ଗିରଫଦାରି କରିପାରିବ ନାହିଁ ବୋଲି ମଙ୍ଗଳବାର ଆହ୍ଲାବାଦ ହାଇକୋର୍ଟ କହିଛନ୍ତି। ଏକ ଯୌନ ନିର୍ଯାତନା ମାମଲାରେ କୋର୍ଟ ଏଭଳି କହିଛନ୍ତି। ଜଣେ ଦଳିତ ମହିଳା ଓ ତାଙ୍କ ଝିଅଙ୍କୁ ହୋଇଥିବା ଦୁର୍ବ୍ୟବହାର ଘଟଣାରେ ପୁଲିସ ନିୟମିତ ଗିରଫ କରିପାରିବ ନାହିଁ ବୋଲି ବିଚାରପତି ଅଜୟ ଲାମ୍ବା ଓ ସଂଜୟ ହରକଉଲି ଏହି ରାୟ ଦେଇଛନ୍ତି।

ସମ୍ବନ୍ଧିତ ଖବର