କୋଲକାତା: ନିଜକୁ ସିବିଆଇ ଅଫିସର ପରିଚୟ ଦେଇ ଠକୁଥିବା କୋଲକାତା ହାଇକୋର୍ଟ ଓକିଲ ସନାତନ ରାୟ ଚୌଧୁରୀଙ୍କୁ ଆଜି ପୁଲିସ ଗିରଫ କରିଛି। ଗରିଆହାଟ ଥାନା ଅଞ୍ଚଳରେ ଜମି ଓ ଘର ହଡ଼ପ ମାମଲାରେ ଅପରାଧିକ ଷଡ଼ଯନ୍ତ୍ରରେ ସମ୍ପୃକ୍ତ, ଠକାମି ଓ ବେଶ ବଦଳାଇବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ସନାତନ ନୀଳ ବତି ଥିବା ଗାଡ଼ି ବ୍ୟବହାର କରୁଥିଲେ ଏବଂ ନିଜକୁ ରାଜ୍ୟ ସରକାରଙ୍କ ସ୍ଥାୟୀ ପରାମର୍ଶଦାତା ବୋଲି ପରିଚୟ ଦେଉଥିଲେ। ସୋସିଆଲ ମିଡିଆରେ ସେ ନିଜକୁ ସିବିଆଇର ସ୍ବତନ୍ତ୍ର ପରାମର୍ଶଦାତା ବୋଲି ପରିଚୟ ଦେଉଥିଲେ।
ସୂଚନାଯୋଗ୍ୟ, କୋଲକାତାରେ ନକଲି ଟିକାକରଣ କ୍ୟାମ୍ପର ପର୍ଦ୍ଦାଫାସ୍ ହେବା ଏବଂ ନକଲି ଆଇଏଏସ୍ ଅଫିସର ଦେବାଞ୍ଜନ ଦେବ ଗିରଫ ହେବା ପରେ ଏହି ଘଟଣା ପଦାକୁ ଆସିଛି। କୋଲକାତା ପୁଲିସର ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ ଏହି ମାମଲାର ତଦନ୍ତ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/5dg5j4d56g4j56dgdgjjdggjdjgjdjgdgjddgj.jpg)