ଚିଦମ୍ବରମଙ୍କ ଜାମିନ ଆବେଦନର ଶୁଣାଣି: ସିବିଆଇକୁ ରିପୋର୍ଟ ମାଗିଲେ ହାଇକୋର୍ଟ

ଚିଦମ୍ବରମଙ୍କ ପାଇଁ ଘର ଖାଦ୍ୟକୁ ମନାକଲେ କୋର୍ଟ 10

ନୂଆଦିଲ୍ଲୀ: ଆଇଏନ୍‌ଏକ୍ସ ମିଡିଆ ମାମଲାରେ ସିବିଆଇ ଦ୍ବାରା ଗିରଫ ହୋଇ ଏବେ ତିହାର ଜେଲ୍‌ରେ ଥିବା ପୂର୍ବତନ ‌କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦମ୍ବରମଙ୍କ ଜାମିନ ଆବେଦନର ଶୁଣାଣି ଆଜି ଦିଲ୍ଲୀ ହାଇକୋର୍ଟରେ ହୋଇଥିଲା। କୋର୍ଟ ଜାମିନ ଆବେଦନର ଶୁଣାଣି କରି ଏ ସଂକ୍ରାନ୍ତରେ ସିବିଆଇଠାରୁ ଜବାବ ମାଗିଛନ୍ତି। ଦିଲ୍ଲୀ ହାଇକୋର୍ଟର ବିଚାରପତି ସୁରେଶ କେଟ୍‌ ଚିଦମ୍ବରମ୍‌ଙ୍କ ଜାମିନ ସଂକ୍ରାନ୍ତରେ ସିବିଆଇକୁ ନୋଟିସ୍‌ କରିଛନ୍ତି ଏବଂ ସପ୍ତାହକ ମଧ୍ୟରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବା ପାଇଁ କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣା‌ଣି ସେପ୍ଟେମ୍ବର ୨୩ ତାରିଖରେ ହେବ ବୋଲି କୋର୍ଟ ଧାର୍ଯ୍ୟ କରିଛନ୍ତି। ଆଜି ଚିଦମ୍ବରମଙ୍କ ଜାମିନ ଆବେଦନର ଶୁଣାଣି ସମୟରେ ତାଙ୍କ ଓକିଲ କପିଲ ସିବଲ ତାଙ୍କ ମହକିଲଙ୍କୁ ଜେଲ୍‌ରେ ଘର ଖାଦ୍ୟ ଖାଇବା ପାଇଁ ଅନୁମତି ଦେବା ନିମନ୍ତେ କୋର୍ଟଙ୍କୁ ଅନୁରୋଧ କରିଥିଲେ। କିନ୍ତୁ କୋର୍ଟ ଏହାକୁ ପ୍ରତ୍ୟାଖ୍ୟାନ କରି କହିଥିଲେ, ଜେଲ୍‌ରେ ସମସ୍ତଙ୍କ ପାଇଁ ଗୋଟିଏ ପ୍ରକାର ଖାଦ୍ୟ ଦିଆଯିବ ଏବଂ ସମସ୍ତଙ୍କୁ ଗୋଟିଏ ପ୍ରକାର ଖାଦ୍ୟ ଖାଇବାକୁ ପଡ଼ିବ। ଏହାର ଉତ୍ତରରେ ସବଲ କହିଥିଲେ ଯେ ଚିଦମ୍ବରମଙ୍କୁ ୭୪ ବର୍ଷ ବୟସ ହୋଇଥିବାରୁ ଏ ଦିଗରେ କୋହଳ ନୀତି ଗ୍ରହଣୀୟ। ତେବେ ସିବଲଙ୍କ ଏହି ଯୁକ୍ତିକୁ ବିରୋଧ କରି ସଲିସିଟର ଜେନେରାଲ ତୁଷାର ମେହଟା କହିଥିଲେ ହରିୟାଣା ନେତା ଓ.ପି. ଚୌତାଲା ବି ବୟସ୍କ ଏବଂ ସେ ମଧ୍ୟ ବନ୍ଦୀ ଅଛନ୍ତି। ଏ କ୍ଷେତ୍ରରେ କେବେ ବି ଭେଦଭାବ କରାଯାଇପାରିବ ନାହିଁ ବୋଲି ମେହଟା କହିଥିଲେ।

ସମ୍ବନ୍ଧିତ ଖବର