ଅହମଦାବାଦ : ମୋର୍ବି ପୋଲ ଭୁଶୁଡ଼ିବା ଘଟଣାରେ ଗୁଜରାଟ ହାଇକୋର୍ଟ ଆଜି ଏକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ପୋଲର ମରାମତି ଦାୟିତ୍ବ ନେଇଥିବା ଓରେଭା ଗ୍ରୁପ୍‌ ପ୍ରତି ମୃତକଙ୍କ ପରିବାର ସଦସ୍ୟଙ୍କୁ ଅନ୍ତରୀଣ ୧୦ ଲକ୍ଷ କ୍ଷତିପୂରଣ ଏବଂ ଆହତଙ୍କ ପରିବାର ସଦସ୍ୟଙ୍କୁ ୨ ଲକ୍ଷ କ୍ଷତିପୂରଣ ଦେବାପାଇଁ ଗୁଜରାଟ ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ୪ ସପ୍ତାହ ମଧ୍ୟରେ ଏହି ଟଙ୍କା ଦେବାକୁ କୋର୍ଟ କହିଛନ୍ତି। ମୁଖ୍ୟ ବିଚାରପତି ସୋନିଆ ଗୋକନି ଏବଂ ଜଷ୍ଟିସ ସନ୍ଦୀପ ଭଟ୍ଟଙ୍କ ଖଣ୍ଡପୀଠ ଆଜି ଓରେଭା ଗ୍ରୁପ୍‌ କମ୍ପାନିକୁ ଏହି ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଉଲ୍ଲେଖଯୋଗ୍ୟ, ଗତବର୍ଷ ଅକ୍ଟୋବର ୩୦ରେ ମୋର୍ବି ସହରର ମାଚ୍ଛୁ ନଦୀ ଉପରେ ଥିବା ଝୁଲା ପୋଲ ଭୁଶୁଡ଼ିପଡ଼ିଥିଲା। ଏଥିଯୋଗୁଁ ୧୩୫ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୫୬ ଜଣ ଆହତ ହୋଇଥି‌ଲେ। ଅନ୍ତରୀଣ ରାୟ ଦେଇ କୋର୍ଟ କହିଛନ୍ତି, କେନ୍ଦ୍ର ଏବଂ ରାଜ୍ୟ ସରକାର ଏଯାବତ ପୀଡ଼ିତ ପରିବାର ସଦସ୍ୟଙ୍କୁ ୧୦ ଲକ୍ଷ କ୍ଷତିପୂରଣ ଦେଇ ସାରିଛନ୍ତି।