ନୂଆଦିଲ୍ଲୀ : କୂଳଭୂଷଣ ଯାଦବ ମୃତ୍ୟୁ ଦଣ୍ଡ ରାୟର ସମୀକ୍ଷା ମାମଲାରେ ପକ୍ଷ ରଖିବା ପାଇଁ ଭାରତର ଜଣେ ଆଇନଜୀବୀଙ୍କୁ ନିଯୁକ୍ତ କରିବା ପାଇଁ ଭାରତକୁ ସୁଯୋଗ ଦିଆଯାଉ। ଇସଲାମାବାଦ ହାଇକୋର୍ଟ ପାକିସ୍ତାନ ସରକାରଙ୍କୁ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି। କୂଳଭୂଷଣଙ୍କ ପାଇଁ ଓକିଲ ନିଯୁକ୍ତି ଦେବା ନିମନ୍ତେ ଭାରତକୁ ଆଉ ଏକ ସୁଯୋଗ ଦିଆଯାଉ ବୋଲି ହାଇକୋର୍ଟ କହିଛନ୍ତି। ହେଗ୍ସ୍ଥିତ ଅନ୍ତର୍ଜାତୀୟ ଅଦାଲତର ରାୟକୁ ପାଳନ କରିବା ପାଇଁ ଭାରତ ପକ୍ଷରୁ ଦୂତାବାସ ସୁବିଧା ଯୋଗାଇ ଦେବା ପାଇଁ ପାକିସ୍ତାନ ସରକାର ଅନୁମତି ଦେଇସାରିଛନ୍ତି। ତେବେ ଆଇନଜୀବୀ ନିଯୁକ୍ତି ପାଇଁ ପାକିସ୍ତାନ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଉପରେ ଭାରତ ସରକାର କୌଣସି ଉତ୍ତର ଦେଇନାହାନ୍ତି ବୋଲି ଅଦାଲତକୁ ଆଟର୍ଣ୍ଣି ଜେନେରାଲ ଖଲିଦ ଜାଭେଦ ଖାନ୍ ପ୍ରଥମେ ଅବଗତ କରିଥିଲେ। ଏହା ଶୁଣିବା ପରେ ପାକିସ୍ତାନ ସରକାର ଯାଦବଙ୍କ ସଂପର୍କିତ ନିର୍ଦ୍ଦେଶନାମାକୁ ପୁଣି ଥରେ ଭାରତକୁ ପଠାଇବା ପାଇଁ କହିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣିକୁ ଆସନ୍ତା ଅକ୍ଟୋବର ୩ ତାରିଖରେ କରିବାକୁ ଅଦାଲତ ତାରିଖ ଧାର୍ଯ୍ୟ କରିଛନ୍ତି।
ପାକ୍ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ : କୂଳଭୂଷଣଙ୍କ ପାଇଁ ଓକିଲ ନିଯୁକ୍ତି ଲାଗି ଭାରତକୁ ଆଉ ଏକ ସୁଯୋଗ ଦିଅ
/sambad/media/post_attachments/wp-content/uploads/2017/11/kulabhusan.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)