ମୁମ୍ବାଇ: ଟିଆର୍ପି ଦୁର୍ନୀତି ମାମଲାରେ ରିପବ୍ଲିକ୍ ଟିଭି ମୁଖ୍ୟ ଅର୍ନବ୍ ଗୋସ୍ବାମୀଙ୍କ ଦ୍ବାରା ରୁଜୁ ହୋଇଥିବା ଏଫ୍ଆଇଆର ରଦ୍ଦ ପାଇଁ ବମ୍ବେ ହାଇକୋର୍ଟରେ ଏକ ପିଟିସନ୍ ଦାଖଲ ହୋଇଥିଲା। ଏହି ପିଟିସନ୍ ଉପରେ ଶୁଣାଣି କରି କୋର୍ଟ କହିଛନ୍ତି, ପୁଲିସ ପ୍ରଥମେ ଅର୍ନବ ଗୋସ୍ବାମୀଙ୍କୁ ସମନ୍ କରୁ। ଜଷ୍ଟିସ୍ ଏସ୍ ଏସ୍ ଶିନ୍ଦେ ଏବଂ ଏମ୍ଏସ୍ କାର୍ନିକଙ୍କ ଖଣ୍ଡପୀଠ କହିଛନ୍ତି, ଯଦି ତଦନ୍ତକାରୀ ଅଧିକାରୀ ଗୋସ୍ବାମୀଙ୍କୁ ସମନ୍ କରନ୍ତି, ତେବେ ସେ ଏହି ସମନ୍କୁ ସମ୍ମାନ ଦେଇ ପୁଲିସ ଅଫିସର୍ଙ୍ଗ ଆଗରେ ଉପସ୍ଥିତ ହେବେ। ହାଇକୋର୍ଟ ମଧ୍ୟ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ଟିଆର୍ପି ଦୁର୍ନୀତି ମାମଲାର ତଦନ୍ତ କରୁଥିବା ତଦନ୍ତକାରୀ ଅଧିକାରୀ ନଭେମ୍ବର ୪ ସୁଦ୍ଧା ଉକ୍ତ ମାମଲାରେ ତଦନ୍ତର ବିସ୍ତୃତ ତଥ୍ୟ ଜଉମୁଦ ଲଫାପାରେ କୋର୍ଟରେ ଦାଖଲ କରିବାପାଇଁ କୋର୍ଟ କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୫ ତାରିଖରେ ହେବ।
ମୁମ୍ବାଇ ପୁଲିସକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ: ଟିଆର୍ପି ତଦନ୍ତର ବିସ୍ତୃତ ତଥ୍ୟ ଜଉମୁଦ ଲଫାପାରେ ଦାଖଲ କର
/sambad/media/post_attachments/wp-content/uploads/2020/10/fhf4h98s7f98sh7fsf98h7sfh98fhsfhs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)