ଅହମଦାବାଦ : ବିଜେପି ନେତା ହାର୍ଦ୍ଦିକ ପଟେଲଙ୍କୁ ଶୁକ୍ରବାର ଦିନ ଗୁଜରାଟ ହାଇକୋର୍ଟରେ ଆଶ୍ବସ୍ତି ମିଳିଛି। ହାର୍ଦ୍ଦିକ ପଟେଲ ମେହସନାରେ ପ୍ରବେଶ କରିପାରିବେ। ମେହସନାରେ ପ୍ରବେଶ କରିବାନେଇ ତାଙ୍କ ଉପରେ ଯେଉଁ କଟକଣା ରହିଥିଲା ତାକୁ ହାଇକୋର୍ଟ ଉଠାଇ ଦେଇଛନ୍ତି। ୨୦୧୫ ପଟିଦାର କୋଟା ଆନ୍ଦୋଳନ ସହ ଜଡ଼ିତ ଏକ ଦଙ୍ଗା ମାମଲାରେ ହାର୍ଦ୍ଦିକଙ୍କୁ ୨ ବର୍ଷ ଜେଲ୍ ହୋଇଥିଲା। ତେବେ ଗୁଜରାଟ ହାଇକୋର୍ଟ କିଛି ସର୍ତ୍ତ ଆଧାରରେ ହାର୍ଦ୍ଦିକଙ୍କୁ ଏହି ମାମଲାରେ ଜାମିନ ମଂଜୁର କରିଥିଲେ। ହାଇକୋର୍ଟ ହାର୍ଦ୍ଦିକଙ୍କୁ ମେହସନାରେ ପ୍ରବେଶ ନକରିବାପାଇଁ ସର୍ତ୍ତ ରଖି ଜାମିନ ମଂଜୁର କରିଥିଲେ। କିନ୍ତୁ ହାର୍ଦ୍ଦିକ ମେହସନାରେ ତାଙ୍କ କୂଳଦେବୀଙ୍କ ପୂଜାର୍ଚ୍ଚନା କରିବାପାଇଁ ତାଙ୍କୁ ମେହସନାକୁ ପ୍ରବେଶ ଅନୁମତି ଦେବାପାଇଁ ହାଇକୋର୍ଟରେ ଆବେଦନ କରିଥିଲେ। କୋର୍ଟ ହାର୍ଦ୍ଦିକଙ୍କ ଆବେଦନର ଶୁଣାଣି କରି ଜାମିନ ସର୍ତ୍ତ ବର୍ଷକ ପାଇଁ ହଟାଇ ଦେଇଛନ୍ତି। ଫଳରେ ହାର୍ଦ୍ଦିକ ମେହସନାରେ ପ୍ରବେଶ କରିପାରିବେ। ଉଲ୍ଲେଖଯୋଗ୍ୟ, ହାର୍ଦ୍ଦିକ ପଟେଲଙ୍କୁ ବୀରମଗାମରୁ ବିଜେପି ପ୍ରାର୍ଥୀ କରିଛି।
ହାର୍ଦ୍ଦିକ ପଟେଲଙ୍କୁ ଆଶ୍ବସ୍ତି: ମେହସନାରେ ପ୍ରବେଶ କରିପାରିବେ, ଜାମିନ ସର୍ତ୍ତ ହଟାଇଲେ ହାଇକୋର୍ଟ
/sambad/media/post_attachments/wp-content/uploads/2022/11/hardik.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)