ଗୌହାଟିରେ କର୍ଫ୍ୟୁ କୋହଳ, ଇଣ୍ଟର‌ନେଟ୍ ସେବା ଯୋଗାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଗୌହାଟି: ଆଇନ ଶୃଙ୍ଖଳା ପରିସ୍ଥିତିରେ ଉନ୍ନତି ଆସିବା ପରେ ଆଜି ଗୌହାଟିରୁ କର୍ଫ୍ୟୁ କୋହଳ କରାଯାଇଛି। ବ୍ରଡବ୍ୟାଣ୍ଡ୍ ସେବା ଉପରେ ଲଗାଯାଇଥିବା କଟକଣାକୁ ମଧ୍ୟ ହଟାଇ ନିଆଯାଇଛି। ତେବେ ମୋବାଇଲ ଇଣ୍ଟରନେଟ୍ ସେବାକୁ ଆସନ୍ତାକାଲି ସକାଳ ୯ଟା ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ରେଳ ସେବା ସ୍ବାଭାବିକ କରିବା ପାଇଁ ଉତ୍ତର ପୂର୍ବ ଫ୍ରଣ୍ଟିୟର ରେଳବାଇ ପକ୍ଷରୁ କୁହାଯାଇଛି। ଆଜି ରାଜ୍ୟ ଭିତରେ ୮ଟି ପାସେଞ୍ଜର ଟ୍ରେନ୍ ଚଳାଚଳ କରିଛି। ଉତ୍ତର ପୂର୍ବାଞ୍ଚଳର ସମସ୍ତ ୧୦ଟି ଯାକ ବିମାନ ବନ୍ଦରରେ ବିମାନ ସେବା ପୁଣି ଆରମ୍ଭ ହୋଇଛି। ‌ତେବେ ରାଜ୍ୟରେ ଇଣ୍ଟରନେଟ୍ ସେବା (ଉଭୟ ମୋବାଇଲ ଏବଂ ବ୍ରଡବ୍ୟାଣ୍ଡ) ମଙ୍ଗଳବାର ୩ଟା ସୁଦ୍ଧା ସ୍ବାଭାବିକ କରିବା ପାଇଁ ଗୌହାଟି ହାଇକୋର୍ଟ ଆସାମ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୪ଟି ଜନସ୍ବାର୍ଥ ମାମଲାର ଶୁଣାଣି କରିବା ବେଳେ ମୁଖ୍ୟ ବିଚାରପତି ଅଜୟ ଲାମ୍ବାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର