କରୋନା ସ୍ଥିତି ଅସମ୍ଭାଳ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଉପରେ ବର୍ଷିଲେ ବିହାର ହାଇକୋର୍ଟ

ପାଟ୍‌ନା: ସାରା ଦେଶରେ କରୋନା ସ୍ଥିତି ଅସମ୍ଭାଳ । ଏଭଳି ସ୍ଥଳେ କେନ୍ଦ୍ର ଠାରୁ ରାଜ୍ୟସରକାର ପର୍ଯ୍ୟନ୍ତ କରୋନା ପରିଚାଳନାରେ ବିଫଳ ହେଉଥିବା ନେଇ ଦେଶର ହାଇକୋର୍ଟ ମାନେ ସରକାରଙ୍କୁ ଭତ୍ସନା କରିବାରେ ଲାଗିଛନ୍ତି । ଦିଲ୍ଲୀ ହାଇକୋର୍ଟ ବାରମ୍ବାର କେନ୍ଦ୍ର ସରକାରଙ୍କୁ ତାଗିଦ୍ କରିବା ପରେ ଆଜି ବିହାର ହାଇକୋର୍ଟ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଉପରେ ବର୍ଷିଛନ୍ତି ।

ବିହାରରେ ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ରେକର୍ଡ ଭାଙ୍ଗୁଛି । ଏହାରି ଭିତରେ ସଂକ୍ରମିତ ମାନେ ମେଡିକାଲରେ ବେଡ ଅଭାବ ସାଙ୍ଗକୁ ଅକ୍ସିଜେନର ଅଭାବକୁ ନେଇ ବାରମ୍ବାର ଅଭିଯୋଗ କରୁଛନ୍ତି । ଏହାକୁ ନେଇ ଆଜି ବିହାର ହାଇକୋର୍ଟ ନୀତିଶ ସରକାରଙ୍କୁ କହିଛନ୍ତି କି ଯଦି ତୁମ ସରକାର ଦ୍ୱାରା କୋଭିଡ ପରିଚାଳନା ସଠିକ୍ ଢଙ୍ଗରେ ହୋଇପାରୁ ନାହିଁ ତେବେ କୋଭିଡ୍ ପରିଚାଳନା ଦାୟିତ୍ୱ ସେନା ହାତକୁ ଦେଇଦିଅ । ଅନ୍ୟପଟେ ବାରମ୍ବାର ତାଗିଦ ପରେ ରାଜ୍ୟରେ କରୋନା ପରିଚାଳନାର ଠିକ୍ ଭାବେ ହୋଇପାରୁ ନଥିବାରୁ ନୀତିଶ ସରକାର ଉପରେ କୋର୍ଟ କ୍ଷୋଭ ପ୍ରକାଶ କରିଛନ୍ତି ।

କହିରଖୁ କି ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିହାର ସରକାର ମେ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ୍ ଘୋଷଣା କରିଛନ୍ତି ।

ସମ୍ବନ୍ଧିତ ଖବର