ଆଜି ଦିନ ୧୧ଟାରେ ୮ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୈଠକ

ନୂଆଦିଲ୍ଲୀ: ୮ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଜି ପ୍ରଧାନମନ୍ତ୍ରୀଙ୍କ ବୈଠକ । ଦିନ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସାମ, ନାଗାଲାଣ୍ଡ, ତ୍ରିପୁରା, ସିକ୍କିମ୍, ମଣିପୁର, ମେଘାଳୟ,ଅରୁଣାଚଳପ୍ରଦେଶ ଏବଂ ମିଜୋରାମ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକ କରିବେ ।

ରାଜ୍ୟରେ କୋଭିଡ ସ୍ଥିତି ଉପରେ ମୁଖ୍ୟମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କୁ ରିପୋର୍ଟ ଦେବେ । ଏଯାଏ କୋଭିଡ ୧୯ ଦ୍ୱିତୀୟ ଲହର ଶେଷ ହୋଇନଥିବାରୁ ପ୍ରଧାନମନ୍ତ୍ରୀ ଏନେଇ ଲଗାତାର ବୈଠକ କରୁଛନ୍ତି । କ୍ୟାବିନେଟ ସମ୍ପ୍ରସାରଣ ପରେ କରୋନା ସ୍ଥିତି ଉପରେ ନଜର ରଖିବେ ଏବଂ ଏହାକୁ ଗମ୍ଭୀରତାର ସହ ନେବାକୁ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ସମ୍ବନ୍ଧିତ ଖବର