ଜଣେ ମଦ୍ୟପ ଶିକ୍ଷକଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ, ଦେଖନ୍ତୁ ଭିଡିଓ

ରାୟପୁର: ଜଣେ ମଦ୍ୟପ ଶିକ୍ଷକଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ   ଛତିଶଗଡ଼ ରାଜ୍ୟର  ବିଜାପୁର ଅଂଚଳର ଜଣେ ଶିକ୍ଷକ ମଦପିଇ ନିଜ ଟେବୁଲରେ ମୁଣ୍ଡ ରଖି ଆରାମରେ ଶୋଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଉକ୍ତ ଶିକ୍ଷକଜଣକ ହେଲେ କାଂସବେଲ ବ୍ଲକର ତୁରାନଖର ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଅଜୟାଦନ ମିଞ୍ଜ ।  ସେଦିନ ପ୍ରାଥମିକ ବିଦ୍ୟାଳୟରେ ପିଲାମାନଙ୍କୁ ପାଠ ନ ପଢ଼ାଇ ଶିକ୍ଷକ ଅଜୟାଦନ ମିଞ୍ଜ ସିଧାସଳଖ ଆସି ଚେୟାରରେ ବସି ଶୋଇପଡ଼ିଥିଲେ । ସେ ପ୍ରଚୁର ମଦ୍ୟପାନ କରିଥିବାରୁ ନିୟନ୍ତ୍ରଣ ବାହାରେ ଥିଲେ ।

 

View this post on Instagram

 

A post shared by Zee News (@zeenews) on

ଗାଁ ଲୋକେ ଏହି ଘଟଣା ସଂପର୍କରେ ଜାଣିବା ପରେ, ସେମାନେ କିଛି ସ୍କୁଲ ପିଲାଙ୍କୁ ଶିକ୍ଷକଙ୍କ ପଛପଟରେ ଛିଡ଼ା କରି ଦେଇଥିଲେ । ଏହା ପରେ ସେମାନେ ଶିକ୍ଷକଙ୍କ ଶୋଇଥିବା ବେଳର ଫଟୋଚିତ୍ର ଉତ୍ତୋଳନ କରିବା ସହ  ତାର ଭିଡିଓ ମଧ୍ୟ ପ୍ରସ୍ତୁତ କରିଥିଲେ । ଭିଡିଓ ସୁଟିଂ ଚାଲିଥିବା ବେଳେ ଶିକ୍ଷକ ଏବାବଦରେ କିଛି ଜାଣି ପାରି ନଥିଲେ । କାରଣ ସେ କୁମ୍ଭକର୍ଣ୍ଣ ନିଦ୍ରାରେ ଥିଲେ । ସୁଟିଂ ହୋଇଥିବା ଭିଡିଓକୁ ଗାଁର କେହି ଜଣେ ସୋସିଆଲ ମିଡିଆରେ ସେଆର୍ କରିଥିଲେ।ତାପରେ ଏହି ଘଟଣା ଲୋକଲୋଚନକୁ ଆସିଥିଲା

ସମ୍ବନ୍ଧିତ ଖବର