ଗୁରୁଗ୍ରାମ: ଭୋଟ୍‌ ଦେଉଛି ହରିଆଣା। ଆଜି ସକାଳ ୯ଟା ସୁଦ୍ଧା ହରିଆଣାରେ ୯.୫୩ ପ୍ରତିଶତ ମତଦାନ ହୋଇଛି। ସକାଳ ୭ଟାରୁ ହରିଆଣାରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଯାଇଛି।

Advertisment

ହରିଆଣା ବିଧାନସଭାର ୯୦ ଆସନରେ ଆରମ୍ଭ ହୋଇଯାଇଛି ମତଦାନ। ୨୦ ହଜାର ୬୩୨ଟି ମତଦାନ କେନ୍ଦ୍ରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ କୋଟିରୁ ଅଧିକ ମତଦାତା।

ଆଜି ୯୦ଟି ଆସନ୍ ପାଇଁ ମତଦାନ ଗ୍ରହଣ କରାଯିବ ଏବଂ ଅକ୍ଟୋବର ୮ ତାରିଖରେ ଭୋଟ ଫଳାଫଳ ଆସିବ । ହରିଆଣାରେ ଚଳିତ ନିର୍ବାଚନ ରୋଚକ ହେବାକୁ ଯାଉଛି । ଶାସକ ଦଳ ବିଜେପି ପୁଣି ଥରେ ବିଜୟୀ ହୋଇ ହ୍ୟାଟ୍ରିକ କରିବା ଲକ୍ଷ୍ୟରେ ରହିଛି। ସେହିପରି ଦୀର୍ଘ ଦିନ ପରେ କ୍ଷମତା ଗାଦିକୁ ଫେରିବା ଆଶା ରଖିଛି କଂଗ୍ରେସ । ଅନ୍ୟପଟେ ଆମ ଆଦମୀ ପାର୍ଟି, ଜେଜେପି-ଆଜାଦ ସମାଜ ପାର୍ଟି, ଆଇଏନଏଲଡି-ପିଏସପି ମେଣ୍ଟ ଭାବେ ଚଳିତ ନିର୍ବାଚନରେ ଭାଗ୍ୟ ପରୀକ୍ଷା କରୁଛନ୍ତି ।

ଏଥରେ ନିର୍ବାଚନୀ ମୈଦାନରେ ମୋଟ ୯୦ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ୨୦ ହଜାର ୧୦୩୧ ଜଣ ପ୍ରାର୍ଥୀ । ସେମାନଙ୍କ ମଧ୍ୟରେ ୧୦୧ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି । ୨ କୋଟି ୩ ଲକ୍ଷ ୫୪ହଜାରରୁ ଅଧିକ ଭୋଟର ଭୋଟ ଦେଇ ଦିଗଗଜ ନେତା ଓ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଏଥିପାଇଁ ରାଜ୍ୟରେ ୨୦ ହଜାର ୬୩୨ଟି ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ କରିବାର ବ୍ୟବସ୍ଥା ହୋଇଛି ।  ମତଦାନକୁ ଆଖିରେ ରଖି ସାରା ରାଜ୍ୟରେ କଡା ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି ।