ୟୁରୋପରେ ପ୍ରଚଣ୍ଡ ଗ୍ରୀଷ୍ମଲହରୀ

ନୂଆଦିଲ୍ଲୀ : ୟୁରୋପ୍‌ରେ ଏବେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ହେଉଛି। ଗ୍ରୀଷ୍ମପ୍ରବାହ ହେତୁ ପୂର୍ବରୁ ଅନେକ ଲୋକଙ୍କ ପ୍ରାଣହାନି ହୋଇଥିବା ଜଣାପଡ଼ିଛି। ତେବେ ୟୁରୋପୀୟ ଗ୍ରୀଷ୍ମପ୍ରବାହ ହେତୁ ଏବେ ଫ୍ରାନ୍ସ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ଫ୍ରାନ୍ସରେ ଆଜି ତାପମାତ୍ର ୪୫.୧ ଡିଗ୍ରୀ ସେଲସିୟସ୍‌ ରହି ରେକର୍ଡ କରିଛି। ପ୍ରଥମ ଥର ପାଇଁ ଫ୍ରାନ୍ସରେ ତାପମାତ୍ରା ୪୫.୯ ଡିଗ୍ରୀ ରହିଛି। ଜର୍ମାନୀରେ ଲୋକମାନେ ବୋତଲ ପାଣି ରଖିଲେ ଗୋଟେ ମିନିଟ୍‌ ମଧ୍ୟରେ ଏହା ତାତି ଯାଉଛି। ଗ୍ରୀଷ୍ମ ପ୍ରବାହରୁ ତ୍ରାହି ପାଇବାପାଇଁ ଫ୍ରାନ୍ସରେ ଏବେ ଅସ୍ଥାୟୀ ଜଳ ଫୁଆରା ନିର୍ମାଣ ହୋଇଛି। ବିଳମ୍ବିତ ରାତିରେ ଲୋକେ ତାତି ସମ୍ଭାଳି ନପାରିଲେ ଏହି ଅସ୍ଥାୟୀ ଜଳ ଫୁଆରାରେ ଯାଇ ସମୟ କାଟୁଛନ୍ତି। ପାରଦ ଲଗାତାର ବଢ଼ି ଚାଲିଛି। ଫଳରେ ସମସ୍ତ ସ୍କୁଲ୍‌ କଲେଜ୍‌ ବନ୍ଦ ରହିଛି। ସରକାରଙ୍କ ପକ୍ଷରୁ ସ୍ବାସ୍ଥ୍ୟ ସ‌ଚେତନତା ଜାରି ହୋଇଛି। ସ୍ପେନ୍‌, ଇଟାଲି ଏବଂ ମଧ୍ୟ ୟୁରୋପ୍‌ର କିଛି ଅଂଶ ଗ୍ରୀଷ୍ମପ୍ରଲହରିରେ ପ୍ରଭାବିତ ହୋଇଛି। ‌ସ୍ପେନ୍‌ରେ ଗ୍ରୀଷ୍ମପ୍ରବାହ ହେତୁ ୨ ଜଣଙ୍କ ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର