ନୂଆଦିଲ୍ଲୀ: ସରି ଆସୁଛି ସମୟ, ଜମିବାରେ ଲାଗିଛି ପ୍ରଚାର । ସନ୍ଧ୍ୟା ୫ଟାରେ ସୁଦ୍ଧା ଦିଲ୍ଲୀରେ ନିର୍ବାଚନୀ ପ୍ରଚାର ସାରିବାକୁ ନିର୍ଦ୍ଦେଶ ଥିବା ବେଳେ ଏହାକୁ ଲକ୍ଷ୍ୟ ରଖି କଂଗ୍ରେସ, ବିଜେପି, ଆପ୍ ଏବଂ ଅନ୍ୟାନ୍ୟ ଦଳ ଶେଷ ପ୍ରଚାରକୁ ଜୋରଦାର କରିଛନ୍ତି । ତେବେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ବିଜେପିର ଟାଣୁଆ ନେତାମାନେ କ୍ୟାମ୍ପେନ୍ କରିଛନ୍ତି । ମୋଦୀ- ଶାହା- ପ୍ରଚାର କରିବାର ନଜର ଆସିଛନ୍ତି । ତେବେ ମୋଦୀ ଏକ ଜନସଭାରେ ଯୋଗଦେଇ ଆମ୍ ଆଦମୀ ପାର୍ଟିକୁ ନିଶାନା କରିଛନ୍ତି ଏବଂ ଆପର ରାବିଡିମରା ଯୋଜନାକୁ ସମାଲୋଚନା କରିଛନ୍ତି । ପ୍ରଚାର ଅବସରରେ ପ୍ରଧାନମନ୍ତ୍ରୀ ଜନତା ଜନାର୍ଦ୍ଦନକୁ ଭୋଟ୍ ମାଗିଛନ୍ତି ।

Advertisment

ଆପକୁ ଦେଇଥିବା ୧୧ ବର୍ଷ ବର୍ବାଦର ବର୍ଷ ବୋଲି କହିଛନ୍ତି ମୋଦୀ ଆଉ ବିଜେପିକୁ ଏଥର ସେବା କରିବାର ସୁଯୋଗ ଦେବାକୁ ଅନୁରୋଧ କରିଛନ୍ତି । ଦିଲ୍ଲୀବାସୀଙ୍କୁ ହାତ ଯୋଡି ମୋଦୀ କହିଛନ୍ତି ଦିଲ୍ଲୀର ପ୍ରତି ପରିବାରକୁ ପ୍ରାର୍ଥନା ଆମକୁ ଆପଣଙ୍କ ସେବାର ସୁଯୋଗ ଦିଅନ୍ତୁ... ଦେଖିବେ ଆପଣଙ୍କ ସବୁ ସମସ୍ୟାରେ ମୁଁ ଛିଡା ହୋଇଥିବି... ଏହା ମୋଦୀର ଗ୍ୟାରେଣ୍ଟି ବୋଲି ସେ କହିଛନ୍ତି ।

ସେପଟେ କେଜ୍ରିୱାଲ୍ ଦିଲ୍ଲୀ ପୋଲିସକୁ ଟାର୍ଗେଟ୍ କରିଛନ୍ତି ତାସହ ଇସିଙ୍କୁ ମଧ୍ୟ ନିଶାନା ଲଗାଇଛନ୍ତି । ଇସି ବିଜେପି ପାଖରେ ଆତ୍ମସମର୍ପଣ କରିଦେଇଛି ଆଉ ଆପ୍ କର୍ମୀଙ୍କ ଉପରେ ଖୁଲମଖୁଲା ଆକ୍ରମଣ ହେଉଥିଲେ ବି ପୋଲିସ ଆଖି ବୁଜି ଦେଇଛି ବୋଲି କେଜ୍ରିୱାଲ୍ ଟାର୍ଗେଟ୍ କରିଛନ୍ତି ।