ଜୋର ଜବରଦସ୍ତ ସାମିଙ୍କ ଘରେ ପଶି ପାଟିତୁଣ୍ଡ କରୁଥିବାରୁ ଗିରଫ ହେଲେ ପତ୍ନୀ ହାସିନ ଜାହାଁ

ନୂଆଦିଲ୍ଲୀ : ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସାମି ଏବଂ ତାଙ୍କ ପତ୍ନୀ ହାସିନ ଜହାଁଙ୍କୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । ସାମିଙ୍କ ଅମ୍‌ରୋହା ସ୍ଥିତ ଘରେ ରବିବାର ହାସିନ୍‌ ନିଜ ଝିଅ ବେବୋ ଏବଂ ତାଙ୍କ ଆୟାଙ୍କୁ ଧରି ପହଞ୍ଚିଥିଲେ । ଘର ଲୋକେ ଭିତରକୁ ଯିବା ପାଇଁ ମନା କରିଥିଲେ ମଧ୍ୟ କାହା କଥା ନ ଶୁଣି ଘର ଭିତରକୁ ପଶି ଯାଇଥିଲେ ହାସିନ । ଏହା ସହ ଗୋଟେ ରୁମ୍‌ରେ ଜୋର ଜବରଦସ୍ତ ବସି ରହିବା ସହ ସାମିଙ୍କ ପରିବାର ଏବଂ ପଡ଼େଶୀ ଆସି ତାଙ୍କୁ ଘରୁ ବାହାର କରି ଦେଇଥିଲେ । ପୁଲିସକୁ ଏ ନେଇ ସୂଚନା ମିଳିବା ପରେ ଦୁଇ ପକ୍ଷ ସହ ଆଲୋଚନା କରି ସୋମବାର ପୁଲିସ ହାସିନଙ୍କୁ ଗିରଫ କରିଥିବା ଜଣା ପଡ଼ିଛି ।

India TV

ଗତବର୍ଷ ହାସିନ ଜହାଁ ନିଜର ସ୍ୱାମୀ ତଥା କ୍ରିକେଟର ମହମ୍ମଦ ସାମି ବିରୋଧରେ ଶାରୀରିକ ନିର୍ଯାତନା ଓ ପ୍ରତାରଣ କରିବା ନେଇ ଅଭିଯୋଗ ଆଣିଥିଲେ। କେବଳ ଏତିକି ନୁହେଁ ସ୍ୱାମୀ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣି ହାସିନ୍‌ ଫେସ୍‌ବୁକ୍‌ରେ ବି ପୋଷ୍ଟ କରିଥିଲେ। ହାସିନ୍‌ ସ୍ୱାମୀଙ୍କ ହ୍ଵାଟସ୍‌ଆପ୍‌ର ସ୍କ୍ରିନ୍‌ସଟ୍‌ ବି ସେୟାର କରିଥିଲେ।

ସମ୍ବନ୍ଧିତ ଖବର