ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ବରେଲିରେ ଗତ ରବିବାର ଦିନ ଏକ ହାଇଭୋଲ୍ଟେଜ ଡ୍ରାମା ହୋଇଥିଲା। ବାରବାଙ୍କି ଥାନା ଅଧୀନସ୍ଥ ବରଦାରି ଅଞ୍ଚଳରେ ଜଣେ ମହିଳା ଅଢ଼େଇ ବର୍ଷ ହେବ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ। ଗତ ରବିବାର ସେମାନଙ୍କ ବିବାହ ପାଇଁ ଦିନ ଠିକ୍‌ ହୋଇଥିଲା। କିନ୍ତୁ ବିବାହର ପ୍ରତିଶ୍ରୁତି ଦେଇ ଶେଷ ମୁହୂର୍ତ୍ତରେ ବର ଫେରାର୍‌ ହୋଇଯାଇଥିଲା। ଭୂତେଶ୍ବର ନାଥ ମନ୍ଦିରରେ ବିବାହ କାର୍ଯ୍ୟ ସମ୍ପନ୍ନ ହେବାର ଥିଲା। ସମୟ ଗଡ଼ି ଯାଇଥିଲେ ବି ବର ଆସି ବିବାହ ସ୍ଥଳରେ ପହଞ୍ଚି ନଥିଲା।

Advertisment

ବିବାହର ପ୍ରତିଶ୍ରୁତି ଦେଇ ଖସି ଯିବାକୁ ଚେଷ୍ଟା କରିଥିଲେ ବର
୨୦ କିମି ପିଛା କରି ବରକୁ ମଣ୍ଡପକୁ ଧରି ଆଣିଲେ ମହିଳା

ବର ଖସିଯିବାକୁ ‌ଚେଷ୍ଟା କରୁଛି ବୋଲି ସନ୍ଦେହ କରି କନ୍ୟା ତାଙ୍କୁ ଫୋନ୍‌ କରିଥିଲେ। ବର କହିଥିଲେ ସେ ବଦାଉଁ ଯାଉଛନ୍ତି। ତେବେ ଏହାପରେ କନ୍ୟା କାଳ ବିଳମ୍ବ ନକରି ବରକୁ ପିଛା କରିବା ଆରମ୍ଭ କରିଥିଲେ। ୨୦ କିମି ପିଛା କରିବାପରେ କନ୍ୟା ତାଙ୍କ ବରକୁ ଭିମୋରା ଥାନା ନିକଟରେ ଧରିଥିଲେ। ଏହି ସମୟରେ ରାସ୍ତା ଉପରେ ସେମାନଙ୍କ ମଧ୍ୟ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ତେବେ ବର କନ୍ୟା ମନ୍ଦିରକୁ ଫେରିଥିଲେ ଏବଂ ବିବାହ ସମ୍ପନ୍ନ ହୋଇଥିଲା।