ମିରଟ: ଶୁକ୍ରବାର ବିଳମ୍ବିତ ରାତିରେ ଉତ୍ତରପ୍ରଦେଶର ୫୮ ନଂ ଜାତୀୟ ରାଜପଥରେ ଏକ ଅଭାବନୀୟ କାଣ୍ଡ ଘଟିଯାଇଛି। ନବ ବିବାହିତ ବଧୂକୁ ନେଇ ବର ମହମ୍ମଦ ଶାହଜେବ ଗାଜିଆବାଦର ନାହାଲରୁ ମୁଜାଫରନଗରର ମିମଲାନା ରୋଡ ସ୍ଥିତ ନିଜ ଘରକୁ ଯାଉଥିବା ବେଳେ ରାସ୍ତାରେ ୪ଜଣ ଡକାୟତ ନବବଧୂଙ୍କୁ ହତ୍ୟା କରିବା ସହ ବର-କନ୍ୟାଙ୍କ ସମସ୍ତ ଟଙ୍କା, ଗହଣା ଓ କାର ଲୁଟି ନେଇଛନ୍ତି। ଏନେଇ ଗୁରୁତର ଆହତ ଶାହଜେବ ପରିବାରବର୍ଗଙ୍କୁ ଅବଗତ କରିବା ପରେ ସେମାନେ ପୁଲିସରେ ଅଭିଯୋଗ କରିଥିଲେ। ପୁଲିସ୍ ନବବଧୂଙ୍କ ମୃତଦେହ ଉଦ୍ଧାର କରିବା ସହ ଏକ ମାମଲା ରଜୁ କରି ତଦନ୍ତ ଚଳାଇଛି। ଏହା ସହିତ ତୁରନ୍ତ ଉକ୍ତ ଡକାୟତଙ୍କୁ ଗିରଫ କରିବା ପାଇଁ ପୁଲିସ ୪ଟି ସ୍ୱତନ୍ତ୍ର ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଥିବା ଜଣାପଡ଼ିଛି। ତେବେ ସେମାନେ ଲୁଟିଥିବା ସ୍ୱିଫ୍ଟ ଡିଜାଏର କାର୍କୁ ଟୋଲଗେଟ୍ରେ ଟ୍ରାକ୍ କରିବା ସହ ସିସିଟିଭି ଫୁଟେଜ ଆଧାରରେ ପୁଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରିସାରିଥିବା ଜଣାପଡ଼ିଛି।
ହାଇେଓ୍ଵରେ ଡକାୟତି :ନବବଧୂଙ୍କୁ ହତ୍ୟା
/sambad/media/post_attachments/wp-content/uploads/2018/04/Highway-bride-murder-in-merrat.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)