ରାୟପୁର: ନକଲି ଟୁଲକିଟ ମାମଲାରେ ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ଓ ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ଆଶ୍ବସ୍ତି ମିଳିଛି | ଜାଲ୍ ଟୁଲକିଟ ମାମଲାରେ ଛତିଶଗଡ ହାଇକୋର୍ଟ ସୋମବାର ବିଜେପି ନେତା ରମଣ ସିଂ ଏବଂ ସମ୍ବିତ ପାତ୍ରଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ଏଫ୍ଆଇଆରକୁ ସ୍ଥଗିତ ରଖିଛନ୍ତି। ସୂଚନା ଥାଉ କି ଯେ ମେ ୧୯ ରେ କଂଗ୍ରେସ ଏନଏସୟୁଆଇ ର ଛାତ୍ର ସଂଗଠନ ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ ଏବଂ ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କ ବିରୋଧରେ ରାୟପୁରରେ ଏଫ୍ଆଇଆର୍ ଦାଖଲ କରିଥିଲେ।

Advertisment

ଏହି ମାମଲାରେ ରାୟପୁର ପୁଲିସ ରମଣ ସିଂଙ୍କୁ ପଚରାଉଚରା କରିଥିଲା। ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ସମନ କରାଯାଇଥିଲା । ପୁଲିସ ଆଇପିସିର ଧାରା ୫୦୪, ୫୦୫ (୧), ୪୬୯,୧୮୮ ଅନୁଯାୟୀ ମାମଲା ରୁଜୁ କରିଥିଲା | ଆଉ ଦୋଷୀ ସାବ୍ୟସ୍ତ ହୋଇଥିଲେ ସର୍ବନିମ୍ନ ୩ ବର୍ଷ ଜେଲ ଦଣ୍ଡ ପ୍ରାବଧାନ ରହିଛି। ତେବେ ହାଇକୋର୍ଟ ଆଜି ଏହି ଏଫ୍ଆଇଆରକୁ ସ୍ଥଗିତ ରଖିଛନ୍ତି |

ବାସ୍ତବରେ, ବିଜେପି ଅଭିଯୋଗ କରିଥିଲା ଯେ ଟୁଲକିଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବଦନାମ କରିବାକୁ କଂଗ୍ରେସ ଯୋଜନା କରୁଛି | ଆଉ ଏହାକୁ ନେଇ ଛାତ୍ର କଂଗ୍ରେସ ପୁଲିସ ନିକଟରେ ଅଭିଯୋଗ କରିଥିଲା |