ଲୋକଙ୍କୁ କୁକୁର କାମୁଡ଼ିବାରୁ ଦୁଇ ସାଂସଦଙ୍କୁ ସସପେଣ୍ଡ କଲେ ହାଇକୋର୍ଟ

କରାଚୀ: ଲୋକଙ୍କୁ କୁକୁର କାମୁଡ଼ିବାରୁ ଦୁଇ ସାଂସଦଙ୍କୁ ସସ୍ପେଣ୍ଡ କଲେ ହାଇକୋର୍ଟ | କଥାଟି ଶୁଣିବାକୁ ଟିକେ ଅଜବ ଲାଗୁଛି କି? କିନ୍ତୁ ଏକଥା ଏକଦମ ସତ | ପାକିସ୍ତାନରେ ଏଭଳି ଏକ ଘଟଣା ଘଟିଛି | ପାକିସ୍ତାନର ସିନ୍ଧ ପ୍ରଦେଶରେ ଏଭଳି ମାମଲା ସାମ୍ନାକୁ ଆସିଛି। ପାକିସ୍ତାନର ସିନ୍ଧ ପ୍ରଦେଶର ବିଧାନସଭାର ଦୁଇଜଣ ସଦସ୍ୟ ନିଜ ଅଞ୍ଚଳରେ ଚାଲିଥିବା ଘଟଣା ଉପରେ ଠିକ୍ ଭାବରେ ନଜର ରଖୁ ନ ଥିବାରୁ କୋର୍ଟ ସେମାନଙ୍କୁ ନିଲମ୍ବିତ କରିଛନ୍ତି।

ଦୁଇ ଜଣ ସଦସ୍ୟଙ୍କ ଅଂଚଳରେ କୁକୁରମାନଙ୍କର ପ୍ରାଦୁର୍ଭାବ ବଢୁଥିବାବେଳେ ଅନେକ ଲୋକ ଆହତ ହେଉଛନ୍ତି | ଆଉ ଦୁଇ ସଦସ୍ୟଙ୍କ ନୀରବତା ଯୋଗୁଁ ସିନ୍ଧ ହାଇକୋର୍ଟ ଫରିୟାଲ ତାଲପୁର ଏବଂ ମଲିକ ଆସାଦ ସିକନ୍ଦରଙ୍କୁ ନିଲମ୍ବନ କରିବାର ଆଦେଶ ଦେଇଛନ୍ତି |

ସିନ୍ଧ ହାଇକୋର୍ଟର ୨ ଜଣିଆ ବେଞ୍ଚ ଦ୍ୱାରା ଏହି ରାୟ ଦିଆଯାଇଥିବାବେଳେ କୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ ଦୁଇ ବିଧାନସଭା ସଦସ୍ୟ ନିଜ ଅଞ୍ଚଳର ଲୋକଙ୍କୁ ସୁବିଧା ଯୋଗାଇବାରେ ବିଫଳ ହୋଇଛନ୍ତି। ଏଥି ସହିତ କୋର୍ଟ ଖାଇରପୁର, ଲାର୍କାନା ଏବଂ ଜାମଶୋରୋର ସାଂସଦମାନଙ୍କୁ ଚେତାବନୀ ଦେଇଛନ୍ତି ଯେ ଯଦି ସେମାନେ ନିଜ ନିର୍ବାଚନମଣ୍ଡଳୀରେ କୁକୁର କାମୁଡ଼ା ରୋକିବାରେ କୌଣସି କାମ ନ କରନ୍ତି ତେବେ ସେମାନଙ୍କୁ ମଧ୍ୟ ନିଲମ୍ବନ କରାଯିବ । ଏହା ସହ ଯେଉଁ ଅଂଚଳରେ କୁକୁର କାମୁଡ଼ା ଘଟଣା ବୃଦ୍ଧି ପାଇଛି ସେଠାକାର ସରକାରୀ କର୍ମଚାରୀଙ୍କ ଦରମା ସ୍ଥଗିତ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି |

ସମ୍ବନ୍ଧିତ ଖବର