ବ୍ୟାନ ସତ୍ତ୍ୱେ ସର୍ବାଧିକ ଡାଉନଲୋଡ ହୋଇଥିବା ଆପ ତାଲିକାର ପ୍ରଥମ ସ୍ଥାନରେ ଟିକଟକ

ନୂଆଦିଲ୍ଲୀ: ବ୍ୟବସାୟ ପତ୍ରିକା ନିକ୍କେଇ ଏସିଆର ରିପୋର୍ଟ ଅନୁଯାୟୀ, ୨୦୨୦ ରେ ଟିକଟକ, ଫେସବୁକକୁ ଅତିକ୍ରମ କରି ଦୁନିଆର ସବୁଠାରୁ ଅଧିକ ଡାଉନଲୋଡ୍ ହୋଇଥିବା ଆପ୍ ହୋଇପାରିଛି। ଜର୍ଣ୍ଣାଲ ଅନୁଯାୟୀ, ୨୦୧୮ ପରଠାରୁ ପ୍ରଥମ ଥର ପାଇଁ ଟିକଟକ୍ ଏତେ ବଡ଼ ସଫଳତା ହାସଲ କରିଛି। ଭାରତ ସମେତ ଅନ୍ୟାନ୍ୟ ଦେଶରେ ପ୍ରତିବନ୍ଧକ ସାମ୍ନା କରିବା ପରେ ମଧ୍ୟ ଟିକଟକ୍ ଏହି ଅଭିବୃଦ୍ଧି ହାସଲ କରିଛି। ସର୍ବାଧିକ ଡାଉନଲୋଡ୍ ହୋଇଥିବା ଆପ୍ ଟିକଟକ୍ ଆମେରିକାର ସୋସିଆଲ୍ ନେଟୱାର୍କିଙ୍ଗ୍ ଫେସବୁକକୁ ସର୍ବାଧିକ ପ୍ରଭାବିତ କରିଛି |

ନିକ୍କେଇ ଏସିଆ ଦ୍ୱାରା ସଂକଳିତ ତଥ୍ୟ ଦର୍ଶାଉଛି ଯେ ଟିକଟକ୍ ୨୦୧୯ ରେ ଚତୁର୍ଥ ସ୍ଥାନରୁ ଉନ୍ନୀତ ହୋଇ ୨୦୨୦ ରେ ବିଶ୍ୱର ସର୍ବାଧିକ ଡାଉନଲୋଡ୍ ହୋଇଥିବା ଆପ୍ ତାଲିକାରେ ଏକ ନମ୍ବର ସ୍ଥାନକୁ ଉନ୍ନୀତ ହୋଇଛି। ଏଥି ସହିତ ଫେସବୁକ ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି। କିନ୍ତୁ ଏହାର ମେସେଜିଂ ଆପ୍ – ଫେସବୁକ୍ ମେସେଞ୍ଜର ପଞ୍ଚମ ସ୍ଥାନକୁ ଖସିଆସିଛି | ଟପ-୫ ଆପ ତାଲିକା ବାବଦରେ କହିବାକୁ ଗଲେ ଟିକଟକ୍, ଫେସବୁକ୍, ହ୍ୱାଟ୍ସଆପ୍, ଇନଷ୍ଟାଗ୍ରାମ ଏବଂ ଫେସବୁକ୍ ମେସେଞ୍ଜର ଯଥାକ୍ରମରେ ଅଛନ୍ତି |

ଡାଟା ଦର୍ଶାଇଛି ଯେ ଏସିଆରେ (ଚୀନକୁ ବାଦ ଦେଇ) ମୋଟ ଡାଉନଲୋଡ୍ ଦୃଷ୍ଟିରୁ ଟିକଟୋକ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଫେସବୁକ୍ ପ୍ରଥମ ମାନ୍ୟତା ବଜାୟ ରଖିଛି। ମହାମାରୀ ସମୟରେ ଏହି ଆପର ଲୋକପ୍ରିୟତା ବଢିଥିଲା ଆଉ ୟୁରୋପ, ଦକ୍ଷିଣ ଆମେରିକା ଏବଂ ଆମେରିକାରେ ଏହାକୁ ବହୁତ ଥର ଡାଉନଲୋଡ୍ କରାଯାଇଛି |

ସମ୍ବନ୍ଧିତ ଖବର