ନୂଆଦିଲ୍ଲୀ : ଦେଶର ପ୍ରଥମ ସ୍ବଦେଶୀ ବିମାନବାହକ ଯୁଦ୍ଧପୋତ ଆଇଏନଏସ ବିକ୍ରାନ୍ତକୁ ଆଜି ନୌସେନାରେ ସାମିଲ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଇଏନଏସ ବିକ୍ରାନ୍ତକୁ ନେଇ ଅନେକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ରଖିଛନ୍ତି। ମୋଦୀଙ୍କ ଭାଷଣର ମୁଖ୍ୟାଂଶ-
ବିକ୍ରାନ୍ତ ବିଶାଳ ଏବଂ ଭବ୍ୟ। ବିକ୍ରାନ୍ତ ଭିନ୍ନ ଏବଂ ସ୍ବତନ୍ତ୍ର। ବିକ୍ରାନ୍ତ କେବଳ ଏକ ଯୁଦ୍ଧପୋତ ନୁହେଁ। ଏହା ନୂଆ ଭାରତର କଠିନ ପରିଶ୍ରମ, ଜ୍ଞାନ, ପ୍ରତିବଦ୍ଧତା ଏବଂ ପ୍ରଭାବର ଏକ ପ୍ରମାଣ।
ସ୍ବଦେଶୀ ଜ୍ଞାନକୌଶଳରେ ବିମାନବାହକ ଯୁଦ୍ଧପୋତ ନିର୍ମାଣ କରିଥିବା ଅନ୍ୟ ରାଷ୍ଟ୍ରମାନଙ୍କ ତାଲିକାରେ ଭାରତ ଆଜି ସାମିଲ ହୋଇଛି। ଆଇଏନଏସ ବିକ୍ରାନ୍ତ ଭାରତକୁ ଏନ ନୂଆ ଭରସା ଦେଇଛି। ଏଭଳି ଏକ ଐତିହାସିକ ଉତ୍ସବରେ ମୁଁ ଭାରତୀୟ ନୌସେନା, ସମସ୍ତ ଇଂଜିନିୟର, ବୈଜ୍ଞାନିକ ଏବଂ କୋଚିନ ସିପ୍ୟାର୍ଡ୍ର କର୍ମଚାରୀମାନଙ୍କୁ କୃତଜ୍ଞତା ଜ୍ଞାପନ କରୁଛି।
କେରଳ ସମୁଦ୍ରତଟରୁ ଆଜି ପ୍ରତି ଭାରତୀୟ ଏକ ନୂତନ ଭବିଷ୍ୟତ ପାଇଁ ସୂର୍ଯ୍ୟୋଦୟର ସାକ୍ଷୀ ପାଲଟିଛନ୍ତି।
ଆଇଏନଏସ ବିକ୍ରାନ୍ତକୁ ନେଇ ଏହି ସମାରୋହ ବିଶ୍ବ ପଟଳରେ ଭାରତୀୟଙ୍କ ନୈତିକ ମନୋବଳକୁ ସୁଦୃଢ଼ କରିବ।
ଯଦି ଲକ୍ଷ୍ୟ ବିଶାଳ, ଯାତ୍ରା ଦୀର୍ଘ, ସାଗର ଓ ଏହାର ଆହ୍ବାନ ଅନ୍ତହୀନ, ତେବେ ଭାରତର ଉତ୍ତର ହେଉଛି ବିକ୍ରାନ୍ତ। ଆତ୍ମନିର୍ଭର ଭାରତର ଏକ ଅଦ୍ବିତୀୟ ପ୍ରତିବିମ୍ବ ହେଉଛି ବିକ୍ରାନ୍ତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/ins-1d.jpg)