ହିଜାବ ଉପରେ ନିଷେଧାଦେଶ ମୁସଲମାନଙ୍କ ବିରୁଦ୍ଧରେ ନୁହେଁ, ଏହା ଡ୍ରେସକୋଡର ଏକ ଅଂଶ:  ହାଇକୋର୍ଟରେ କଲେଜ ଯୁକ୍ତି

ମୁମ୍ବାଇ: ମୁମ୍ବାଇର ଏକ କଲେଜରେ ମୁସଲମାନ ଝିଅମାନଙ୍କ ହିଜାବ ଉପରେ ନିଷେଧାଦେଶ ମାମଲାରେ ଯୁକ୍ତି କରାଯାଇଛି ଯେ ଏହା ମୁସଲମାନମାନଙ୍କ ବିରୁଦ୍ଧରେ ନୁହେଁ ବରଂ ଡ୍ରେସ କୋଡର ଏକ ଅଂଶ। ବୁଧବାର ଦିନ ବମ୍ବେ ହାଇକୋର୍ଟରେ ଯୁକ୍ତି କଲେଜ ପକ୍ଷରୁ ଯୁକ୍ତି କରାଯାଇଛି ଯେ କଲେଜ ପରିସରରେ ହିଜାବ, ନକାବ ଏବଂ ବୁର୍ଖା ଉପରେ ନିଷେଧାଦେଶ କେବଳ ୟୁନିଫର୍ମ ଡ୍ରେସ କୋଡ ଲାଗୁ କରିବା। ଏହାର ଉଦ୍ଦେଶ୍ୟ ମୁସଲମାନ ସମ୍ପ୍ରଦାୟକୁ ଟାର୍ଗେଟ କରିବା ନୁହେଁ। ଏଥି ସହିତ କୋର୍ଟ ଏହି ପ୍ରସଙ୍ଗରେ ନିଜର ରାୟ ସଂରକ୍ଷଣ କରିଛନ୍ତି। ଏହି ମାମଲାର ରାୟ ଜୁନ୍ ୨୬ରେ ଘୋଷଣା କରାଯିବ।

ମୁମ୍ବାଇର ଚେମ୍ବୁର ଟ୍ରମ୍ବେ ଶିକ୍ଷା ସୋସାଇଟିର ଏନ.ଜି.ଆଚାର୍ଯ୍ୟ ଏବଂ ଡି.କେ. ମରାଠେ କଲେଜ ପକ୍ଷରୁ ଛାତ୍ରୀମାନଙ୍କ ପାଇଁ ଏକ ଡ୍ରେସ୍ କୋଡ୍ ଲାଗୁ କରାଯାଇଥିଲା ଯେଉଁଥିରେ ହିଜାବ, ନକାବ, ବୁର୍ଖା, ଷ୍ଟୋଲ, ଟୋପିକୁ ନିଷେଧ କରାଯାଇଛି। କଲେଜର ଡ୍ରେସ୍ କୋଡ୍ ଲାଗୁ ହେବା ପରେ ନଅ ଜଣ ଛାତ୍ରୀ ହାଇକୋର୍ଟଙ୍କ ନିକଟକୁ ଯାଇ କଲେଜର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ।

ଡିଗ୍ରୀ କଲେଜର ଦ୍ୱିତୀୟ ଏବଂ ତୃତୀୟ ବର୍ଷର ବିଜ୍ଞାନ ଛାତ୍ରୀମାନେ ଏକ ପିଟିସନ ଦାଖଲ କରି କହିଥିଲେ ଯେ ଏହି ନିୟମ ସେମାନଙ୍କର ଧର୍ମ ପାଳନ କରିବାର ମୌଳିକ ଅଧିକାର, ଗୋପନୀୟତା ଅଧିକାର ଏବଂ ପସନ୍ଦ ଅଧିକାରର ଉଲ୍ଲଂଘନ କରୁଛି । କଲେଜର କାର୍ଯ୍ୟ ମନମାନି, ଅଯୌକ୍ତିକ ଏବଂ ଆଇନ ଦୃଷ୍ଟିରୁ ଖରାପ ଏବଂ ବିକୃତ। ବୁଧବାର ଏହି ମାମଲାର ଶୁଣାଣି କରି ଜଷ୍ଟିସ୍ ଏ.ଏସ୍.ଚାନ୍ଦକର ଏବଂ ରାଜେଶ ପାଟିଲଙ୍କ ଏକ ଡିଭିଜନ୍ ବେଞ୍ଚ ଆବେଦନକାରୀଙ୍କ ପାଇଁ ମତାମତ ଲୋଡିଥିଲେ ଯେ କେଉଁ ଧାର୍ମିକ ପ୍ରାଧିକରଣ କହିଛନ୍ତି ହିଜାବ ପିନ୍ଧିବା ଇସଲାମର ଏକ ଅତ୍ୟାବଶ୍ୟକ ଅଂଶ। ଏଥି ସହିତ କୋର୍ଟ କଲେଜ ମ୍ୟାନେଜମେଣ୍ଟକୁ ମଧ୍ୟ ଏପରି ପ୍ରତିବନ୍ଧକ ଲଗାଇବାର ଅଧିକାର ଅଛି କି ବୋଲି ପଚାରିଛନ୍ତି?

ତାଙ୍କ ଯୁକ୍ତିକୁ ସମର୍ଥନ କରିବା ପାଇଁ ଆବେଦନକାରୀଙ୍କ ଆଇନୀବୀ ଆଲତାଫ ଖାନ୍ କୁରାନର କିଛି ପଦ ଉଲ୍ଲେଖ କରିଥିଲେ। ସେ କହିଛନ୍ତି ଯେ ସେମାନଙ୍କର ଧର୍ମ ପାଳନ କରିବାର ଅଧିକାର ବ୍ୟତୀତ ଆବେଦନକାରୀମାନେ ସେମାନଙ୍କର ପସନ୍ଦ ଏବଂ ଗୋପନୀୟତା ଉପରେ ମଧ୍ୟ ଭରସା କରୁଛନ୍ତି।

ଅନ୍ୟପକ୍ଷରେ ଆଡଭୋକେଟ୍ ଖାନ୍ ଯୁକ୍ତି କରିଛନ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ଆବେଦନକାରୀ ଏବଂ ଅନ୍ୟାନ୍ୟ ଛାତ୍ରୀ ହିଜାବ, ନକାବ୍ ଏବଂ ବୁର୍ଖା ପିନ୍ଧି କ୍ଲାସରେ ଯୋଗ ଦେଉଥିଲେ ଏବଂ ଏହା କୌଣସି ପ୍ରସଙ୍ଗ ନ ଥିଲା। ଏବେ ହଠାତ୍ କ’ଣ ହେଲା? ବର୍ତ୍ତମାନ ଏହି ପ୍ରତିବନ୍ଧକ କାହିଁକି ଲାଗୁ ହେଲା? ଡ୍ରେସ୍ କୋଡ୍ ନିର୍ଦ୍ଦେଶନାମା ସାମାନ୍ୟ ପୋଷାକ ପିନ୍ଧିବାକୁ କହିଥାଏ, ତେବେ କଲେଜ ପରିଚାଳନା କହୁଛି ଯେ ହିଜାବ, ନକାବ ଏବଂ ବୁର୍ଖା ଅଶ୍ଳୀଳ ପୋଷାକ କିମ୍ବା ଶରୀରର ଅଙ୍ଗଗୁଡ଼ିକୁ ପ୍ରଦର୍ଶନ କରେ? ଏହି ଆବେଦନରେ ଦାବି କରାଯାଇଛି ଯେ କଲେଜର ନିର୍ଦ୍ଦେଶଗୁଡ଼ିକ କେବଳ କ୍ଷମତାର ଶକ୍ତିର ଅଯଥା ପ୍ର‌ୟୋଗ ବ୍ୟତୀତ ଅନ୍ୟ କିଛି ନୁହେଁ।

ଡ୍ରେସ୍ କୋଡ୍ ପ୍ରତ୍ୟେକ ଧର୍ମ ଏବଂ ଜାତିର ଛାତ୍ରୀମାନଙ୍କ ପାଇଁ ଅଟେ । ଯାହାଦ୍ୱାରା ଛାତ୍ରୀମାନଙ୍କୁ ସେମାନଙ୍କର ଧର୍ମକୁ ଖୋଲାଖୋଲି ଭାବେ ପ୍ରକାଶ କରିବାକୁ ବାରଣ କରାଯାଇ ପାରିବ। କଲେଜରେ ସଭିଏଁ ପଢ଼ିବାକୁ ଆସନ୍ତି। ତେଣୁ ଅଧ୍ୟୟନ ଉପରେ ଧ୍ୟାନ ଦିଅନ୍ତୁ ଏବଂ ଅନ୍ୟ ସବୁକିଛି ଛାଡିଦିଅନ୍ତୁ। କଲେଜ ପକ୍ଷରୁ ନିଯୁକ୍ତ ଆଇନଜୀବୀ ଅନିଲ ଅନ୍ତୁରକର  ଯୁକ୍ତି କରିଛନ୍ତି ହିଜାବ, ନକାବ କିମ୍ବା ବୁର୍ଖା ପିନ୍ଧିବା ଇସଲାମର ଏକ ଜରୁରୀ ଅଂଶ ନୁହେଁ। ଯଦି ଆସନ୍ତାକାଲି ଜଣେ ଛାତ୍ରୀ ପୂର୍ଣ୍ଣ ଗୈରିକ ପୋଷାକ ପିନ୍ଧି ଆସନ୍ତି, ତେବେ କଲେଜ ମଧ୍ୟ ଏହାକୁ ବିରୋଧ କରିବ।

ନିଜ ଧର୍ମ କିମ୍ବା ଜାତି ବିଷୟରେ ଖୋଲାଖୋଲି ଭାବେ ପ୍ରକାଶ କରିବା ଜରୁରୀ କି? ଜଣେ ବ୍ରାହ୍ମଣ ନିଜର ପବିତ୍ର ପଇତା ପୋଷାକ  ବାହାରେ ପିନ୍ଧି ବୁଲିବ କି? ଆଇନଜୀବୀ କହିଛନ୍ତି କଲେଜ ମ୍ୟାନେଜମେଣ୍ଟ ଏକ କୋଠରୀ ଯୋଗାଉଛି ଯେଉଁଠାରେ  ଛାତ୍ରୀମାନେ କ୍ଲାସ ଯିବା ପୂର୍ବରୁ ସେମାନଙ୍କ ହିଜାବ ବାହାର କରିପାରିବେ।

ସମ୍ବନ୍ଧିତ ଖବର