ହିଜାବ ବିବାଦ ମାମଲାରେ ସମସ୍ତ ଆବେଦନକୁ ଖାରଜ କଲେ କର୍ଣ୍ଣାଟକ ହାଇକୋର୍ଟ

ବାଙ୍ଗାଲୋର: କର୍ଣ୍ଣାଟକର ସ୍କୁଲ ଏବଂ କଲେଜଗୁଡ଼ିକରେ ହିଜାବକୁ ନେଇ ଚାଲିଥିବା ବିବାଦ ଆଜି ଶେଷ ହୋଇଛି। ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବା ଉପରେ କର୍ଣ୍ଣାଟକ ହାଇକୋର୍ଟ ନିଷେଧାଦେଶ ଜାରି କରିଛନ୍ତି। ଏହା ସହିତ ହିଜାବ ବିରୋଧରେ ଆଦେଶକୁ ଚ୍ୟାଲେଞ୍ଜ କରୁଥିବା ସମସ୍ତ ପିଟିସନକୁ ଖାରଜ କରିଦିଆଯାଇଛି | ହିଜାବ ବିବାଦ ମାମଲାରେ ସମସ୍ତ ଆବେଦନକୁ ଖାରଜ କରିଛନ୍ତି କର୍ଣ୍ଣାଟକ ହାଇକୋର୍ଟ | ଆବେଦନକୁ ଖାରଜ କରି କୋର୍ଟ କହିଛନ୍ତି ଯେ ହିଜାବ ଧର୍ମର ଜରୁରୀ ଅଂଶ ନୁହେଁ | ସ୍କୁଲ ୟୁନିଫର୍ମ ପିନ୍ଧିବାକୁ ଛାତ୍ରଛାତ୍ରୀ ମନା କରିପାରିବେ ନାହିଁ |

ଶିକ୍ଷାନୁଷ୍ଠାନରେ ହିଜାବ ବ୍ୟାନକୁ ଚ୍ୟାଲେଞ୍ଜ କରି ଆବେଦନ ହୋଇଥିଲା | ପ୍ରଧାନ ବିଚାରପତି ରିତୁ ରାଜ ଆୱସ୍ତି, ଜଷ୍ଟିସ କୃଷ୍ଣ ଦୀକ୍ଷିତ ଏବଂ ଜଷ୍ଟିସ ଜେଏମ ଖାଜିଙ୍କ ଖଣ୍ଡପୀଠ ଏହା ଉପରେ ରାୟ ଦେଇ କହିଛନ୍ତି ଯେ ଇସଲାମରେ ହିଜାବ ପିନ୍ଧିବା ପରମ୍ପରା ଜରୁରୀ ନୁହେଁ |

ସୂଚନା ଥାଉ କି ଦୀର୍ଘ ଦିନର ଶୁଣାଣି ପରେ ହାଇକୋର୍ଟର ବେଞ୍ଚ ୨୫ ଫେବୃଆରୀରେ ଏହି ନିଷ୍ପତ୍ତିକୁ ସଂରକ୍ଷିତ ରଖିଥିଲେ । ଏହାପୂର୍ବରୁ ଫେବୃଆରୀ ୧୦ ରେ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରି ହାଇକୋର୍ଟ ପରବର୍ତ୍ତୀ ନିଷ୍ପତ୍ତି ପର୍ଯ୍ୟନ୍ତ ସ୍କୁଲ ଏବଂ କଲେଜରେ ହିଜାବ ପିନ୍ଧିବାକୁ ବାରଣ କରିଥିଲେ।

ସମ୍ବନ୍ଧିତ ଖବର