ପିଓକେ ସ୍କୁଲରେ ହିଜାବ ବାଧ୍ୟତାମୂଳକ

ଇସ୍ଲାମାବାଦ : ପାକ୍ ଅଧିକୃତ କଶ୍ମୀର (ପିଓକେ)ରେ ସେଠାକାର ପ୍ରଶାସନ ଛାତ୍ରୀ ଓ ଶିକ୍ଷକମାନଙ୍କ ଉପରେ ତାଲିବାନୀ ଆଦେଶ ଜାରି କରିଛି । ଯେଉଁ ଝିଅମାନେ ହିଜାବ ପିନ୍ଧିବେ ନାହିଁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୂଆ ନିର୍ଦ୍ଦେଶନାମାରେ କୁହାଯାଇଛି । ଏହି ଆଦେଶ ଅନୁଯାୟୀ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ସରକାର ସୋମବାର ଶିକ୍ଷାନୁଷ୍ଠାନରେ ଛାତ୍ରୀ ଓ ଶିକ୍ଷକମାନଙ୍କ ପାଇଁ ହିଜାବ ପିନ୍ଧିବା ବାଧ୍ୟତାମୂଳକ କରିବା ସହ ଯେଉଁମାନେ ଏହାକୁ ବିଶ୍ୱାସ କରନ୍ତି ନାହିଁ ସେମାନଙ୍କୁ ମଧ୍ୟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।

ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ସରକାର ଚେତାବନୀ ଦେଇଛନ୍ତି ଯେ କର୍ତ୍ତୃପକ୍ଷଜାରି କରିଥିବା ନିର୍ଦ୍ଦେଶାବଳୀକୁ କାର୍ଯ୍ୟକାରୀ ନକଲେ ଅନୁଷ୍ଠାନଗୁଡ଼ିକ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ହିଜାବ ନ ପିନ୍ଧିଥିବା ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହା ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇ ନାହିଁ। ଏହି ସର୍କୁଲାର ପଛର କାରଣ ବର୍ଣ୍ଣନା କରି ଶିକ୍ଷା ବିଭାଗ ର ଅଧିକାରୀମାନେ କହିଛନ୍ତି ଯେ କର୍ତ୍ତୃପକ୍ଷ ପୂର୍ବରୁ ଜାରି କରିଥିବା ଡ୍ରେସ୍ କୋଡ୍ କୁ ଶିକ୍ଷାନୁଷ୍ଠାନ ମୁଖ୍ୟମାନେ କାର୍ଯ୍ୟକାରୀ କରୁନାହାନ୍ତି। ତେବେ ପୂର୍ବରୁ ଜାରି ହୋଇଥିବା ଡ୍ରେସ୍ କୋଡ୍ ସମ୍ପର୍କରେ ଶିକ୍ଷା ଅଧିକାରୀସୂଚନା ଦେଇପାରିନଥିଲେ ।

ସମ୍ବନ୍ଧିତ ଖବର