ହିଜାବ ବନାମ ଗେରୁଆ ସ୍କାର୍ଭ: କଲେଜ ୟୁନିଫର୍ମକୁ ବାଧ୍ୟତାମୂଳକ କଲେ ସରକାର

ଗେରୁଆ ସାଲ୍‌ ପକାଇ ହିନ୍ଦୁ ଛାତ୍ରଙ୍କ ପ୍ରତିବାଦ, ହିଜାବ୍‌ ବିବାଦ କ’ଣ

ଉଡ଼ୁପି(କର୍ଣ୍ଣାଟକ): କର୍ଣ୍ଣାଟକରେ ମୁସଲିମ ଛାତ୍ରୀମାନେ ହିଜାବ ପିନ୍ଧିବା ପ୍ରସଙ୍ଗକୁ ନେଇ ବିବାଦ ବଢ଼ିଛି। ହିଜାବ ପିନ୍ଧିଥିବା ଛାତ୍ରୀଙ୍କୁ ସ୍କୁଲ୍‌ ଏବଂ କଲେଜ ପ୍ରବେଶ ଅନୁମତି ମିଳୁନଥିବାରୁ ସେମାନେ ଏହାର ଜୋରଦାର ବିରୋଧ କରିଛନ୍ତି। ବିବାଦ ବଢ଼ିବାରୁ ପରିସ୍ଥିତି ନିୟନ୍ତ୍ରଣ ପାଇଁ ସରକାର କଲେଜ ୟୁନିଫର୍ମକୁ ବାଧ୍ୟତାମୂଳକ କରିଛନ୍ତି। ଇତି ମଧ୍ୟରେ କିଛି ହିନ୍ଦୁ ଛାତ୍ର ଦେହରେ ଗେରୁଆ ସାଲ୍‌ ପକାଇ କଲେଜ୍‌ ଯିବା ଆରମ୍ଭ କରିଛନ୍ତି। କୁଣ୍ଡାପୁର ଏବଂ ଉଡ଼ୁପି ଜିଲ୍ଲାର ଛାତ୍ର ଛାତ୍ରୀମାନେ ସେମାନଙ୍କ ସ୍କୁଲ୍‌ ୟୁନିଫର୍ମ ଉପରେ ଗେରୁଆ ସ୍କାର୍ଭ ପକାଇ ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେଉଥିବା ଭିଡିଓ ଜାରି ହୋଇଛି। ଅନ୍ୟ ଏକ ଭିଡିଓରେ ମୁସଲିମ ଛାତ୍ରୀମାାନେ ସେମାନଙ୍କ ୟୁନିଫର୍ମ‌୍ ଉପରେ ହିଜାବ୍‌ ପିନ୍ଧିଥିବା ଦେଖିବାକୁ ମିଳିଛି। କର୍ଣ୍ଣାଟକ ଗୃହ ମନ୍ତ୍ରୀଏ. ଜ୍ଞାନେନ୍ଦ୍ର କହିଛନ୍ତି, ଛାତ୍ରୀମାନେ ସ୍କୁଲ୍‌ରେ ହିଜାବ କିମ୍ବା ଗେରୁଆ ସ୍କାର୍ଭ‌୍ ପକାଇବା ଉଚିତ ନୁହେଁ। ତେବେ ହିଜାବ ପିନ୍ଧିବାକୁ ନେଇ ଆନ୍ଦୋଳନ ବଢ଼ୁଥିବା ବେଳେ ରାଜ୍ୟ ସରକାର ଏହା ସ୍ପଷ୍ଟ କରିଛନ୍ତି ଯେ, ସବୁ ଶିକ୍ଷାନୁଷ୍ଠାନରେ ୟୁନିଫର୍ମ ନିୟମ ଲାଗୁ ରହିବ ଏବଂ ଅନ୍ୟ ଅତିରିକ୍ତ ପରିଧାନକୁ ନିଷିଦ୍ଧ କରାଯାଇଛି। ଉକ୍ତ ପ୍ରସଙ୍ଗରେ ହାଇକୋର୍ଟ ରାୟ ଆସିବା ପର୍ଯ୍ୟନ୍ତ ସବୁ କଲେଜରେ ବର୍ତ୍ତମାନ ଜାରି ରହିଥିବା ୟୁନିଫର୍ମ ବ୍ୟବସ୍ଥା ଜାରି ରହିବ ବୋଲି ସରକାର କହିଛନ୍ତି। ଇତି ମଧ୍ୟରେ ମୁଖ୍ୟମନ୍ତ୍ରୀ ବସଭରାଜ ବୋମାଇ ଶିକ୍ଷା ମନ୍ତ୍ରୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ ବୈଠକ କରିଛନ୍ତି। ତେବେ ବିରୋଧୀ ଦଳମାନେ ସରକାରଙ୍କ ପଦକ୍ଷେପକୁ ସମାଲୋଚନା କରିଛନ୍ତି।

କର୍ଣ୍ଣାଟକରେ କିଛି ମୁସଲିମ ଛାତ୍ରୀ ହିଜାବ ପିନ୍ଧି ସ୍କୁଲ୍‌ ଏବଂ କଲେଜ୍‌ ଯିବା ବିସୟକୁ ନେଇ ବିବାଦ ହୋଇଛି। ଉଡ଼ୁପି କଲେଜ୍‌ରୁ ପ୍ରଥମେ ଏହି ବିବାଦ ଆରମ୍ଭ ହୋଇ ଜିଲ୍ଲାର ଅନ୍ୟ ସ୍କୁଲ୍‌ମାନଙ୍କରେ ପହଞ୍ଚିଛି। କୁଣ୍ଡପୁରାରେ ଏକ ସରକାରୀ କଲେଜ୍‌ରେ ହିଜାବ ପିନ୍ଧିଥିବା ଛାତ୍ରୀମାନଙ୍କୁ କଲେଜ ମଧ୍ୟକୁ ପ୍ରବେଶ ଅନୁମତି ମିଳିଲାନି। ମୁସଲିମ ଛାତ୍ରୀ ହିଜାବ୍‌ ପିନ୍ଧିବାକୁ ବିରୋଧ କରି କିଛି ହିନ୍ଦୁ ଛାତ୍ର ବିଶେଷ କରି ବାଳଳମାନେ ଗେରୁ୍ଆ ରଙ୍ଗର ସାଲ୍‌ ପକାଇଁ କଲେଜ୍‌ ଆସିଛନ୍ତି। ଏହି ପ୍ରସଙ୍ଗକୁ ନେଇ ବିବାଦ ବଢ଼ିବା‌ପରେ ମାମଲା ହାଇକୋର୍ଟରେ ପହଞ୍ଚିଛି। ଆଜି ସରକାର କହିଛନ୍ତି ୟୁନିଫର୍ମ ବ୍ୟତୀତ ଅନ୍ୟ ସମସ୍ତ ପରିଧାନକୁ କଡ଼ାକଡ଼ି ଭାବେ ନିଷିଦ୍ଧ ପ୍ରକ୍ରିୟା ଲାଗୁ ହୋଇଛି ଏବଂ ଏହାକୁ ସମ୍ମାନ ଦେବାକୁ ପଡ଼ିବ।

ସମ୍ବନ୍ଧିତ ଖବର