ଦିଲ୍ଲୀ ଏୟାରପୋର୍ଟରେ ବିମାନ ଅପହରଣ ନେଇ ଆତଙ୍କ, ଭୁଲରେ ଅପହରଣ ସ୍ୱିଚ ଚିପିଦେଇଥିଲେ ପାଇଲଟ୍‌

ନୂଆଦିଲ୍ଲୀ : ଦିଲ୍ଲୀ ଏୟାରପୋର୍ଟରେ ଆଜି ବିମାନ ଅପହରଣ ନେଇ ଆତଙ୍କ ଖେଳିଯାଇଥିଲା । ତେବେ ସୁରକ୍ଷା ବାହିନୀ ଦ୍ୱାରା ଯାଞ୍ଚପରେ ଏହି ଭୟ ଦୂର ହୋଇଥିଲା । ମିଳିଥିବା ସୂଚନାରୁ ଜଣାପଡିଛି ଯେ ନୂଆଦିଲ୍ଲୀରୁ କାନ୍ଦାହାର ଅଭିମୁଖେ ଯାଉଥିବା ଆରିଆନା ଆଫଗାନ ଏୟାରେଓ୍ଵଜର ଜଣେ ପାଇଲଟ ଭୁଲରେ ହାଇଜାକ ବୋତାମଟି ଚିପିଦେବା ପରେ ସାଇରନ ବାଜି ଉଠିଥିଲା । ଏହା ଫଳରେ ବିମାନ ଓ ବିମାନ ବନ୍ଦରରେ କିଛି ସମୟ ପାଇଁ ଆତଙ୍କ ଖେଳିଯାଇଥିଲା । ଏପରିକି ଏହି ଖବର ତୁରନ୍ତ ଏନଏସଜି କମାଣ୍ଡୋ ବାହିନୀ ପାଖରେ ପହଞ୍ଚିଯାଇଥିଲା । ସଙ୍ଗେ ସଙ୍ଗେ ସିଆଇଏସଏଫର ଯବାନମାନେ ବିମାନକୁ ଘେରିଯିବା ସହ ସୁରକ୍ଷା ଯାଞ୍ଚ ଆରମ୍ଭ କରିଦେଇଥିଲେ । ପ୍ରାୟ ଦୁଇଘଣ୍ଟାର ଯାଞ୍ଚ ପରେ ଏହା ମିଥ୍ୟା ବୋଲି ଜଣାପଡିଥିଲା । ବିମାନଟି କାନ୍ଦାହାର ଯାଉଥିବାରୁ ଗତ ୧୯୯୯ରେ ବିମାନ ଅପହରଣ କଥା ସମସ୍ତଙ୍କର ତାଜା ହୋଇଯାଇଥିଲା । ୧୯୯୯ରେ ଏୟାରଇଣ୍ଡିଆର ଏକ ବିମାନକୁ ଆତଙ୍କବାଦୀମାନେ ଅପହରଣ କରି କାନ୍ଦାହାର ନେଇଯାଇଥିଲେ ।

ସମ୍ବନ୍ଧିତ ଖବର