ସୁରକ୍ଷାକର୍ମୀଙ୍କ ସହ ଗୁଳିବିନିମୟ ବେଳେ ହିଜବୁଲ ମୁଜାହିଦ୍ଦିନ କମାଣ୍ଡର ସହ ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର: ଶୁକ୍ରବାର ଦିନ ଜମ୍ମୁକଶ୍ମୀରର ଅନନ୍ତନାଗ ଜିଲ୍ଲାରେ ସୁରକ୍ଷାବାହିନୀଙ୍କୁ ବଡ ସଫଳତା ମିଳିଛି | ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ବଡ କଥା ଯେ ନିହତ ଆତଙ୍କବାଦୀଙ୍କ ମଧ୍ୟରେ ହିଜବୁଲ ମୁଜାହିଦ୍ଦିନ କମାଣ୍ଡର ଆଶ୍ରାଫ ମୋୖଲଭୀର ମୃତ୍ୟୁ ଘଟିଛି। କଶ୍ମୀରର ଇନ୍ସପେକ୍ଟର ଜେନେରାଲ ବିଜୟ କୁମାର କହିଛନ୍ତି ଯେ ପହଲଗାମରେ ଆଶ୍ରାଫ ମୋୖଲଭୀଙ୍କ ସମେତ ଅନ୍ୟ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ଆଶ୍ରାଫ କଶ୍ମୀରର ହିଜବୁଲର କମାଣ୍ଡର ଥିଲା। ମେ ୬, ୨୦୨୦ ରେ ରିୟାଜ ନାଇକୁର ମୃତ୍ୟୁ ପରେ କମାଣ୍ଡର କରାଯାଇଥିଲା ।

୨୦୧୩ ରେ ସେ ହିଜବୁଲରେ ଯୋଗ ଦେଇଥିଲା ଏବଂ ସ୍ଥାନୀୟ ନାଗରିକଙ୍କୁ ପ୍ରଲୋଭନ ଦେଖାଇ ହିଜବୁଲରେ ନିଯୁକ୍ତ କରୁଥିଲା। ସୂଚନା ମୁତାବକ ଜଣେ ପୁଲିସ ଅଧିକାରୀଙ୍କ କହିବାନୁସାରେ, ଅନନ୍ତନାଗ ଜିଲ୍ଲାର ପହଲଗାମ ଅଞ୍ଚଳର ଶ୍ରୀଚନ୍ଦରେ ଆତଙ୍କବାଦୀ ଲୁଚିଥିବା ନେଇ ଗୁଇନ୍ଦା ସୂଚନା ମିଳିଥିଲା |

ଆଉ ଗୁଇନ୍ଦା ସୂଚନା ମିଳିବା ପରେ ସୁରକ୍ଷା ବାହିନୀ ସେହି ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ତେବେ ସୁରକ୍ଷାବାହିନୀଙ୍କ ଉପରକୁ ସେଠାରେ ଥିବା ଆତଙ୍କବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ସୁରକ୍ଷା ବାହିନୀ ଏହାର ପ୍ରତିଶୋଧ ନେଇଥିଲା ଏବଂ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଏହି ସମୟରେ ତିନିଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ତେବେ ବର୍ତ୍ତମାନ ବି ଏନକାଉଣ୍ଟର ଚାଲିଛି | ଅନ୍ୟପଟେ ୧୫ ଦିନ ତଳେ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦ (ଜେଏମ)ର ଦୁଇଜଣ ଆତଙ୍କବାଦୀଙ୍କୁ ସେନା ପକ୍ଷରୁ ଏନକାଉଣ୍ଟର କରାଯାଇଥିଲା | ତେବେ ଏହି ଆତଙ୍କବାଦୀମାନେ କିଭଳି ଭାରତ ସୀମାରେ ପଶିଲେ ସେ ନେଇ ଛାନଭିନ ଆରମ୍ଭ ହୋଇଥିଲା | ଆଉ ବିଏସଏଫ ଜମ୍ମୁକଶ୍ମୀରର ସାମ୍ବା ଜିଲ୍ଲାରେ ଏକ ସୁଡ଼ଙ୍ଗ ଚିହ୍ନଟ କରିଥିଲା |

ସମ୍ବନ୍ଧିତ ଖବର