ପୁଲୱାମାରେ ହିଜବୁଲ ପୋ‌‌ଷ୍ଟର, ଆନ୍ଦୋଳନ ପାଇଁ ଆହ୍ବାନ

ଶ୍ରୀନଗର: ଜମ୍ମୁ କଶ୍ମୀରର ପୁଲୱାମା ଜିଲ୍ଲାରେ ଆଜି ହିଜବୁଲ୍‌ ମୁଜାହିଦ୍ଦିନ୍‌ ଆତଙ୍କବାଦୀ ଗୋଷ୍ଠୀର ପୋଷ୍ଟର ଲାଗିଛି। ଧାରା ୩୭୦ ଉଚ୍ଛେଦ ବିରୋଧରେ ଜମ୍ମୁ କଶ୍ମୀରର ସବୁ ଶ୍ରେଣୀର ଲୋକମାନେ ଏକତ୍ରିତ ହେବାପାଇଁ ଏହି ପୋଷ୍ଟର ମାଧ୍ୟମରେ ଆହ୍ବାନ ଦିଆଯାଇଛି। ପୁଲୱାମାର ଅନେକ ଗ୍ରାମରେ ଏହି ପୋଷ୍ଟର ଲାଗିଛି। ତେବେ ରାଜନୈତିକ କର୍ମୀମାନଙ୍କୁ ମଧ୍ୟ ଆନ୍ଦୋଳନରେ ଯୋଗ ଦେବାପାଇଁ ଧମକ ଦିଆଯାଇଛି। ଆନ୍ଦୋଳନରେ ଯୋଗ ନ‌େଦେଲେ ଫଳାଫଳ ଭୋଗିବାକୁ ପଡ଼ିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର