ଜାତୀୟ ରାଜପଥରେ ଗାଡ଼ି ଚଳାଇବାର ଗତି ସୀମା ବର୍ଦ୍ଧିତ କରାଇବାକୁ ମନ୍ତ୍ରାଳୟ ପକ୍ଷରୁ ସୁପାରିସ

ନୂଆଦିଲ୍ଲୀ: ଭାରତୀୟ ରାସ୍ତାରେ ଗାଡ଼ି ଚାଳକମାନଙ୍କର ଗାଡ଼ି ଚଳାଇବାର ଗତି ଉପରେ ରହିଥିବା ନିର୍ଦ୍ଦିଷ୍ଟ ସୀମାକୁ ବର୍ଦ୍ଧିତ କରାଯିବ ବୋଲି ଜାଣିବାକୁ ମିଳିିଛି। ପୂର୍ବରୁ କାର୍‌ ଚାଳକଙ୍କ ପାଇଁ ଘଣ୍ଟାକୁ ୧୦୦ କି.ମି. ଗାଡ଼ି ଚଳାଇବାର ନିୟମ ରହିଥିବା ବେଳେ ଏବେ ତାହାକୁ ବର୍ଦ୍ଧିତ କରାଯାଇ ୧୨୦ କି.ମି. କରାଯିବ। ଜାତୀୟ ରାଜପଥରେ ଗାଡ଼ି ଚାଳନାର ଘଣ୍ଟା ପ୍ରତି ବେଗ ପୂର୍ବରୁ ଥିବା ୮୦ କିଲୋମିଟର ସୀମାକୁ ବର୍ଦ୍ଧିତ କରାଯାଇ ୧୦୦ କିଲୋମିଟର କରାଯିବ। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ଦ୍ୱାରା ଗଠିତ ଏକ କମିଟିର ସୁପାରିସକୁ ସରକାର ଗ୍ରହଣ କରିବା ପରେ ଏହି ନିୟମ ଲାଗୁ କରାଯିବ। କମିଟି ପକ୍ଷରୁ ୨ ଚକିଆ ଗାଡ଼ି ପାଇଁ ରାଜପଥରେ ଘଣ୍ଟାକୁ ୮୦ କିଲୋମିଟର ନିୟମ ପାଇଁ ଆବେଦନ ହୋଇଥିବା ବେଳେ ବସ୍‌, ଟ୍ରକ୍‌ ପାଇଁ ଘଣ୍ଟାକୁ ୯୦ କିଲୋମିଟର ନିୟମ ଜାରି କରିବାକୁ କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ଜୁନ୍‌ ମାସରେ ସଡ଼କ ଭିତ୍ତିଭୂମି ଏବଂ ଯାନ କୌଶଳକୁ ଉନ୍ନତିକରଣ କରାଇବା ପାଇଁ ଗାଡ଼ି ଚଳାଇବାର ଗତିକୁ ସାମାନ୍ୟ ବର୍ଦ୍ଧିତ କରାଯିବା ଉଚିତ ବୋଲି ମନ୍ତ୍ରାଳୟରେ ଆଲୋଚନା ହୋଇଥିଲା। ଏ ନେଇ ଗତ ସପ୍ତାସରେ ଏକ ସୁପାରିସ ହୋଇଛି।

ସମ୍ବନ୍ଧିତ ଖବର