ସ୍ବାମୀ ରାଜ କୁନ୍ଦ୍ରାଙ୍କୁ ଛାଡ଼ପତ୍ର ଦେବେ କି ଶିଳ୍ପା? ଏଭଳି ଇନଷ୍ଟା ପୋଷ୍ଟ ପରେ ଜୋର ଧରିଲା ଚର୍ଚ୍ଚା

ମୁମ୍ବଇ: ଜଣାଶୁଣା ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଅଶ୍ଲୀଳ ଫିଲ୍ମ ନିର୍ମାଣ କରୁଥିବା ଅଭିଯୋଗରେ ଏବେ ଜେଲରେ ଅଛନ୍ତି । କିଛି ଦିନ ତଳେ ତାଙ୍କ ବିରୋଧରେ କୋର୍ଟରେ ୧୫୦୦ ପୃଷ୍ଠାର ଚାର୍ଜସିଟ୍ ମଧ୍ୟ ଦାଖଲ ହୋଇଛି, ଯେଉଁଥିରେ ଶିଳ୍ପାଙ୍କ ବୟାନ ମଧ୍ୟ ରହିଛି । ଶିଳ୍ପା ଦେଇଥିବା ବୟାନ ଚର୍ଚ୍ଚାରେ ରହିଥିବା ବେଳେ ଏବେ ଶିଳ୍ପାଙ୍କ ଏକ ପୋଷ୍ଟ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି ।

ତାଙ୍କର ସୋସିଆଲ ମିଡିଆ ପୋଷ୍ଟ ପରେ କୁହାଯାଉଛି ଖୁବଶୀଘ୍ର ରାଜ କୁନ୍ଦ୍ରାଙ୍କୁ ଛାଡପତ୍ର ଦେଇପାରନ୍ତି ଶିଳ୍ପା ସେଟ୍ଟୀ । ତାଙ୍କର ସେହି ପୋଷ୍ଟଟି କିଛି ସେହିଭଳି ଇସାରା କରୁଛି ବୋଲି ଏବେ ସୋସିଆଲ୍ ମିଡିଆରେ ଜୋରଦାର ଚର୍ଚ୍ଚା ହେଉଛି । ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେ ଏକ ବହିର ଗୋଟିଏ ପୃଷ୍ଠାକୁ ସେଆର୍ କରିଛନ୍ତି, ଯେଉଁଥିରେ ଲେଖାଯାଇଛି ଯେ, ଅତୀତରେ କିଛି ଭୁଲ ନିଷ୍ପତ୍ତି ନେଇଛି, କିନ୍ତୁ ମୁଁ ଏବେ ଅତୀତରୁ ଆଗକୁ ବଢ଼ିବାକୁ ଚାହୁଁଛି। ମୁଁ ମୋର ଭୁଲଗୁଡିକର ପୁନରାବୃତ୍ତି କରିବାକୁ ଚାହେଁ ନାହିଁ, କିନ୍ତୁ ମୁଁ ମୋ ଭୁଲରୁ ଶିଖି ଆଗକୁ ବଢ଼ିବାକୁ ଚାହେଁ।

शिल्पा शेट्टी ने शेयर की पोस्ट

ତେବେ ଶିଳ୍ପାଙ୍କ ଏହି ପୋଷ୍ଟ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି । ନୂଆ ଆରମ୍ଭ ଏବଂ ଭୁଲ ସୁଧାରିବା କଥ‌ା ଥିବା ପୋଷ୍ଟକୁ ଦେଖି ଶିଳ୍ପା ଆଗକୁ ଛାଡପତ୍ର ଭଳି ବଡ଼ ନିଷ୍ପତ୍ତି ନେଇପାରନ୍ତି ‌ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେବାରେ ଲାଗିଛି। ତେବେ ସୋସିଆଲ ମିଡିଆରେ ହେଉଥିବା ଏଭଳି ଚର୍ଚ୍ଚାକୁୁ ନେଇ ଏପର୍ଯ୍ୟନ୍ତ ଶିଳ୍ପାଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।

ସମ୍ବନ୍ଧିତ ଖବର