ହିମାଚଳ ବିଧାନସଭା ନିର୍ବାଚନ: ବିଜେପି ପାଇଁ ବିପଦ ବିଦ୍ରୋହୀ ନେତା

ଶିମ୍‌ଲା : ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନରେ ବିଦ୍ରୋହୀ ନେତାମାନେ ବିଜେପି ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିପାରନ୍ତି। ପ୍ରାୟ ୩୦ ଜଣ ବିଦ୍ରୋହୀ ନେତା ବିଜେପି ପ୍ରାର୍ଥୀଙ୍କ ବିରୋଧରେ ନିର୍ବା‌ଚନ ଲଢ଼ୁଛନ୍ତି। ବିଜେପି ବିଦ୍ରୋହୀଙ୍କ ସହ ଲଢ଼ୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ବିଦ୍ରୋହୀ ନେତାଙ୍କୁ ବୁଝାଇବାପାଇଁ ଚେଷ୍ଟା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ବିଦ୍ରୋହୀ ବିଜେପି ନେତା କୃପାଳ ପା‌ରମରଙ୍କୁ ନିର୍ବାଚନ ନଲଢ଼ିବାପାଇଁ ଫୋନ୍‌ କରି ବୁଝାଇବାକୁ ଚେଷ୍ଟା କରିଛନ୍ତି। । ମୋଦୀ ଏବଂ ପାରମରଙ୍କ ମଧ୍ୟରେ କଥାବାର୍ତ୍ତା ଏବେ ଭାଇରାଲ ହେବାରେ ଲାଗିଛି କିନ୍ତୁ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ମୋଦୀ ଫୋନ୍‌ କରି ବୁଝାଇବା ସତ୍ତ୍ବେ ପାରମର ଏବେ ବି ନିର୍ବାଚନ ଦୌଡ଼ରେ ଅଛନ୍ତି।

୩୦ ବିଦ୍ରୋହୀ ନେତା ବିଜେପି ପ୍ରାର୍ଥୀଙ୍କ ବିରୋଧରେ ଲଢ଼ୁଛନ୍ତି
ମୋଦୀଙ୍କ ଫୋନ୍‌ କଲ୍‌ ପରେ ବି ବିଦ୍ରୋହୀ ନେତା ବୁଝିବାକୁ ନାରାଜ

ପୂର୍ବତନ ବିଜେପି ସାଂସଦ ପାରମର ହିମାଚଳପ୍ରଦେଶର ଫତେପୁର ଆସନରୁ ଜଣେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି। ୬୩ ବର୍ଷୀୟ ପାରମର ଗତବର୍ଷ ଠାରୁ ବିଜେପି ଉପରେ ଅସନ୍ତୁଷ୍ଟ ଅଛନ୍ତି। ଫତେପୁର ଉପନିର୍ବାଚନରେ ବିଜେପି ତାଙ୍କୁ ପ୍ରାର୍ଥୀ ନକରିବାରୁ ସେ ବିଜେପି ଉପରେ ଅସନ୍ତୁଷ୍ଟ ଅଛନ୍ତି। ତାଙ୍କ ବିଦ୍ରୋହ ପାଇଁ ସେ ବିଜେପି ସଭାପତି ଜେପି ନଡ୍ଡାଙ୍କୁ ଦାୟୀ କରିଛନ୍ତି। ପାରମର କହିଛନ୍ତି, ମୁଁ ନିର୍ବାଚନ ଲଢ଼େଇରେ ରହିଛି। କିନ୍ତୁ ମୁଁ ବିଜେପିର ଅଫିସିଆଲ ପ୍ରାର୍ଥୀ ନୁହେଁ । ଏହା କଂଗ୍ରେସ ପ୍ରାର୍ଥୀ ଏବଂ ମୋ ମଧ୍ୟରେ ଲଢ଼େଇ। ଭାଇରାଲ୍‌ ହୋଇଥିବା ଫୋନ୍‌ କଲ୍‌ରେ ଏହା ଶୁଣିବାକୁ ମିଳିଛି ଯେ ପାରମର କହୁଛନ୍ତି- ମୋଦୀଜୀ , ନଡ୍ଡା ଜୀ ମତେ ୧୫ ବର୍ଷ ଧରି ଅପମାନିତ କଲେଣି। ଅନ୍ୟପକ୍ଷରୁ ଶୁଣିବାକୁ ମିଳିଛି ଯେ ଯଦି ମୋଦୀଜୀଙ୍କର ତୁମ ଜୀବନରେ କିଛି ଭୂମିକା ଥାଏ। ଏହାର ଉତ୍ତରରେ ପାରମର କହିଥିଲେ ବହୁତ ଭୂମିକା ରହିଛି। ଏହାପରେ ଶୁଣିବାକୁ ମିଳିଥିଲା, ଏହି ଫୋନ୍‌କଲ୍‌କୁ ଅବମାନନା କରନାହିଁ। ପାରମର ଏହାପରେ କହିଥିଲେ, ମୁଁ ଏମିତି କରିପାରିବିନି। ଏହି ଫୋନ୍‌ କଲ୍‌ ମୋ ପାଇଁ ଭଗବାନଙ୍କ ପାଖରୁ ଏକ ବାର୍ତ୍ତା। ପାରମର କହିଛନ୍ତି, ଏହି ଫୋନ୍‌ କଲ ମିଛ ନୁହେଁ। ମୋଦୀ ଅକ୍ଟୋବର ୩୦ରେ ତାଙ୍କୁ ଫୋନ୍‌ କରିଛନ୍ତି। ପାରମର କହିଛନ୍ତି, ସେ ଏବେ ବି ନିର୍ବାଚନ ଲଢ଼ୁଛନ୍ତି। ଯଦି ମୋଦୀ ତାଙ୍କୁ ଦିନେ କିମ୍ବା ୨ ଦିନ ପୂର୍ବରୁ ଫୋନ୍‌ କରିଥାନ୍ତେ ତେବେ ସେ ହୁଏତ ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ଆଣିଥାନ୍ତେ।

India Today

ହିମାଚଳରେ କଂଗ୍ରେସ ବିରୋଧରେ ବର୍ଷିଲେ ମୋଦୀ, କଂଗ୍ରେସ ବିକାଶର ଶତ୍ରୁ
ନୂଆଦିଲ୍ଲୀ : ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ନିର୍ବାଚନ ପ୍ରଚାର ଜୋରଦାର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କାଙ୍ଗ୍ରା ଜିଲ୍ଲାରେ ଏକ ରୢାଲି‌ରେ ଉଦ୍‌ବୋଧନ ଦେଇ କଂଗ୍ରେସ ବିରୋଧରେ ବର୍ଷିଛନ୍ତି। ମୋଦୀ କହିଛନ୍ତି, ହିମାଚଳପ୍ରଦେଶକୁ ଡବଲ୍‌ ଇଂଜିନ ସରକାର ଦରକାର। କଂଗ୍ରେସକୁ ଅସ୍ଥିରତା ଏବଂ ଦୁର୍ନୀତି ସହ ଯୋଡ଼ି ମୋଦୀ କହିଛନ୍ତି, କଂଗ୍ରେସ କେନ୍ଦ୍ରରେ କ୍ଷମତାରେ ଥିବାବେଳେ ରାଜ୍ୟ ସହ ବିଶ୍ବାସଘାତ କରିଛି। କଂଗ୍ରେସ ହେଉଛି ବିକାଶର ଶତ୍ରୁ। ମୋଦୀ କହିଛନ୍ତି, ରାଜ୍ୟର ବିକାଶ ପାଇଁ ବିଜେପି କ୍ଷମତାରେ ରହିବା ନିହାତି ଆବଶ୍ୟକ। କଂଗ୍ରେସ ୨୦୧୭ ପର୍ଯ୍ୟନ୍ତ ହିମାଚଳରେ କ୍ଷମତା‌ରେ ଥିବା ପର୍ଯ୍ୟନ୍ତ ରାଜ୍ୟରେ ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲା। ତେଣୁ ବିକାଶ ପାଇଁ ବିଜେପି କ୍ଷମତାରେ ରହିବା ଅତି ଜରୁରି ବୋଲି ମୋଦୀ କହିଥିଲେ। କଂଗ୍ରେସ ସେନା ମୁଖ୍ୟଙ୍କୁ ଅପମାନିତ କରିବା ଏବଂ ସୈନିକଙ୍କୁ ଗୁଣ୍ଡା ସହ ତୁଳନା କରିବା ସହ ସର୍ଜିକାଲ ଷ୍ଟ୍ରାଇକ ପ୍ରସଙ୍ଗରେ ମଧ୍ୟ ପ୍ରଶ୍ନ ଉଠାଇଥିଲା। ଏପରି ଦଳ ଦେଶକୁ କିଭଳି ସୁରକ୍ଷିତ ରଖିବ ବୋଲି ମୋଦୀ ପ୍ରଶ୍ନ କରିଥିଲେ। କଂଗ୍ରେସର ସ୍ଥିତି ଦିନକୁ ଦିନ‌ ଶୋଚନୀୟ ହେବାରେ ଲାଗିଛି। ଯେଉଁ ଅଞ୍ଚଳ ଦିନେ କଂଗ୍ରେସ ଗଡ଼ ଥିଲା ଆଜି ସେହି ଅଞ୍ଚଳରୁ ଏହି ଦଳ ପୋଛି ହୋଇଯାଇଛି। କଂଗ୍ରେସ କେବଳ ମିଛ ପ୍ରତିଶ୍ରୁତି ଦେବାର ଇତିହାସ ରହିଛି ବୋଲି ମୋଦୀ କହିଛନ୍ତି।

ସମ୍ବନ୍ଧିତ ଖବର