ହିମାଚଳରେ ଭୂସ୍ଖଳନ: ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି, ବସ୍, କାର ଓ ଟ୍ରକର ମିଳୁନି ପତ୍ତା

ନୂଆଦିଲ୍ଲୀ: ଗତକାଲି କିନ୍ନୋର ଜିଲ୍ଲାର ନିଗୁଲସରିରେ ଅଚାନକ ବଡ଼ ବଡ଼ ପଥର ଖଣ୍ଡ ରେକଙ୍ଗ୍‌ ପିଓ-ଶିମ୍‌ଲା ଜାତୀୟ ରାଜପଥରେ ପଡ଼ିବା ଦ୍ବାରା ଯାତ୍ରୀ ବସ୍‌, ଟ୍ରକ୍‌ ଏବଂ କେତେକ କାର୍‌ ପୋତି ହୋଇଯାଇଥିଲା। ଏନେଇ ଖବର ମିଳିବା ପରେ ଉଦ୍ଧାର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ ଆଇଟିବିପି, ସ୍ଥାନୀୟ ପୁଲିସ ଏବଂ ଏନ୍‌ଡିଆରଏଫ୍‌ ଟିମ। ଗତକାଲି ୧୧ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଆଜି ଆଉ ୨ଜଣଙ୍କୁ ଉଦ୍ଧାର କରାଯାଇଛି। ଫଳରେ ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି ପାଇଛି।

indiatoday.in

ତେବେ ଏପର୍ଯ୍ୟନ୍ତ ମାଟି ତଳେ ଚାପି ହୋଇ ରହିଥିବା ବସ୍, କାର୍ ଓ ଟ୍ରକର ପତ୍ତା ମିଳିନଥିବା ‌ବେଳେ ସେଥିରେ ଥିବା ଯାତ୍ରୀଙ୍କ ପତ୍ତା ବି ମିଳିନାହିଁ।ରେକୋଙ୍ଗ ପିଓରୁ ଶିମଲା ଦେଇ ହରିଦ୍ୱାର ଅଭିମୁଖେ ଯାଉଥିବା ଏକ ଏଚ୍‌ଆର୍‌ଟିସି (ହିମାଚଳ ରୋଡ୍‌ ଟ୍ରାନ୍ସପୋର୍ଟ କର୍ପୋରେସନ୍‌) ବସ୍ କିନ୍ନୋରଠାରେ  ଭୂସ୍ଖଳନର ଶିକାର ହୋଇଥିଲେ। ଏହା ପରେ ପରେ ସେହି ରାସ୍ତାରେ ଥିବା ଅନ୍ୟ ଗାଡ଼ି ମଧ୍ୟ ମାଟି ଅତଡ଼ା ତଳେ ଚାପି ହୋଇଯାଇଥିଲା। ଏହାଫଳରେ ପ୍ରାୟ ୪୦-୫୦ ଜଣ ଲୋକ ମାଟି ତଳେ ଚାପି ହୋଇଯାଇଥିଲେ। ଏବେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚାଲିଛି।

ସମ୍ବନ୍ଧିତ ଖବର