ସିମଲା: ହିମାଚଳ ପ୍ରଦେଶରେ ଚଳିତ ମୌସୁମୀ ଋତୁ ବହୁତ ବଡ଼ ପ୍ରାକୃତିକ ବିପର୍ଯ୍ୟୟ ଆଣିଛି। ପ୍ରବଳ ବର୍ଷା ଯୋଗୁଁ ସଡ଼କ, ବିଜୁଳି ଓ ଜଳ ଯୋଗାଣ ବ୍ୟବସ୍ଥା ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏଚ୍ପିଏସ୍ଡିଏମ୍ଏ) ଅନୁଯାୟୀ, ରବିବାର ସକାଳ ସୁଦ୍ଧା ୩ଟି ଜାତୀୟ ରାଜପଥ ସମେତ ୩୬୧ଟି ରାସ୍ତା ଅବରୋଧ ହୋଇଥିବା ବେଳେ ୬୩୭ଟି ବିତରଣ ଟ୍ରାନ୍ସଫର୍ମର (ଡିଟିଆର୍) ଏବଂ ୧୧୫ଟି ଜଳ ଯୋଗାଣ ଯୋଜନା ବାଧାପ୍ରାପ୍ତ ହୋଇଛି। ଏସ୍ଡିଏମ୍ଏ ଅନୁଯାୟୀ, ଜୁନ୍ ୨୦ ତାରିଖରୁ ମୌସୁମୀ ପ୍ରକୋପରେ ଆଜି ସୁଦ୍ଧା ୨୬୧ ଜଣଙ୍କ ମୃତ୍ୟୁ ଘଟିଛି। ବର୍ଷାଜନିତ ଭୂସ୍ଖଳନ, ଆକସ୍ମିକ ବନ୍ୟା ଓ ଘର ଭୁଶୁଡ଼ିବା ଭଳି ଘଟଣାରେ ୧୩୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨୫ ଜଣ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି।
ଅଧିକାରୀମାନେ କହିଛନ୍ତି ଯେ ମଣ୍ଡି ଜିଲ୍ଲାରେ ସଡ଼କ ଯୋଗାଯୋଗ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଗୁରୁତ୍ବପୂର୍ଣ୍ଣ ୩ଟି ଜାତୀୟ ରାଜପଥ ସମେତ ୩୬୧ ସଂଯୋଗକାରୀ ରାସ୍ତା ଅବରୋଧ ଅଣାୟତ୍ତ ସ୍ଥିତି ସୃଷ୍ଟି କରିଛି। କୁଲ୍ଲୁରେ ଖନାଗଠାରେ ଜାତୀୟ ରାଜପଥ -୩୦୫ ସମେତ ଭୂସ୍ଖଳନ କାରଣରୁ ୬୩ଟି ରାସ୍ତା ବନ୍ଦ ରହିଛି । କିନ୍ନୌରରେ ମଧ୍ୟ ଟିଙ୍କୁ ନାଲାଠାରେ ଜାତୀୟ ରାଜପଥ-୦୫ ଅବରୋଧ ହୋଇ ରହିଛି। ବିଜୁଳି ଯୋଗାଣ କ୍ଷେତ୍ରରେ ମଣ୍ଡି ଜିଲ୍ଲାରେ ସର୍ବାଧିକ ୪୪୮ଟି ଡିଟିଆର୍ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଲାହୋଲ-ସ୍ପିଟିରେ ହାଇଟେନ୍ସନ୍ ଲାଇନରେ ତ୍ରୁଟି ଯୋଗୁଁ ୧୧୨ଟି ଟ୍ରାନ୍ସଫର୍ମର ବିଫଳ ହୋଇଛି। କୁଲ୍ଲୁ ଓ ମଣ୍ଡିରେ ଜଳ ଯୋଗାଣ ଯୋଜନା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି, ଯେଉଁଠାରେ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ଅନେକ ଯୋଜନା ଅଚଳ ହୋଇପଡିଛି । ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଲଗାଣ ବର୍ଷା ଏବଂ ବାରମ୍ବାର ଭୂସ୍ଖଳନ କାର୍ଯ୍ୟରେ ବାଧା ସୃଷ୍ଟି କରୁଛି। ବିଶେଷକରି ସମ୍ବେଦନଶୀଳ ଅଞ୍ଚଳରେ ଆଗାମୀ ଦିନରେ ଅଧିକ ବର୍ଷା ହେବାର ସମ୍ଭାବନା ଥିବାରୁ ଅନାବଶ୍ୟକ ଯାତ୍ରାରୁ ଦୂରେଇ ରହିବାକୁ କର୍ତ୍ତୃପକ୍ଷ ଲୋକଙ୍କୁ ଅନୁରୋଧ କରିଛନ୍ତି।
ହିମାଚଳ ମୌସୁମୀ ବିପର୍ଯ୍ୟୟ ୩ ଜାତୀୟ ରାଜପଥ ସମେତ ୩୬୧ ରାସ୍ତା ଅବରୋଧ
ହିମାଚଳ ପ୍ରଦେଶରେ ଚଳିତ ମୌସୁମୀ ଋତୁ ବହୁତ ବଡ଼ ପ୍ରାକୃତିକ ବିପର୍ଯ୍ୟୟ ଆଣିଛି। ପ୍ରବଳ ବର୍ଷା ଯୋଗୁଁ ସଡ଼କ, ବିଜୁଳି ଓ ଜଳ ଯୋଗାଣ ବ୍ୟବସ୍ଥା ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା...
/sambad/media/media_files/2025/08/18/untitled-11-2025-08-18-07-10-11.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)