କିନ୍ନୁର: ସ୍ବାଧୀନ ଭାରତର ପ୍ରଥମ ଭୋଟର୍ ୧୦୬ ବର୍ଷିୟ ଶ୍ୟାମଶରଣ ନେଗି ବୁଧବାର ଦିନ କଲ୍ପାସ୍ଥିତ ତାଙ୍କ ବାସଭବନରେ ପୋଷ୍ଟାଲ୍ ବାଲଟ୍ ମାଧ୍ୟମରେ ୧୪ଶ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ନିମନ୍ତେ ଭୋଟ୍ ଦେଇଛନ୍ତି।
ଏକଦା ଶିକ୍ଷକତା କରୁଥିବା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା କୁନ୍ନୁର ବାସିନ୍ଦା ନେଗି ଏହାକୁ ମିଶାଇ ହିମାଚଳ ପ୍ରଦେଶ ନିମନ୍ତେ ୩୪ଥର ମତଦାନ ଅଧିକାର ସାବ୍ୟସ୍ତ କଲେଣି। ସରକାରୀ ସ୍କୁଲ୍ରେ ଶିକ୍ଷକତା କରୁଥିବାରୁ ଦେଶର ପ୍ରଥମ ନିର୍ବାଚନରେ ତାଙ୍କର ‘ପୋଲ୍ ଡିୟୁଟି’ ପଡ଼ିଥିଲା। ତେଣୁ, ତାଙ୍କ ଗାଁରେ ଥିବା ‘ପୋଲିଙ୍ଗ୍ ପାର୍ଟି’କୁ ସେ ଅନୁରୋଧ କରି କହିଥିଲେ କି, ମୋ ପାଇଁ ଟିକେ ଆଗୁଆ ଭୋଟ୍ ଦେବା ବ୍ୟବସ୍ଥା କରିଦେଲେ ମୁଁ ଭୋଟ୍ ଦେଇ ଦେଇ ‘ଡିୟୁଟି’ ପଡ଼ିଥିବା ବୁଥ୍କୁ ଯାଆନ୍ତି। ସେଠାରେ ଥିବା ନିର୍ବାଚନ ଅଧିକାରୀ ତାଙ୍କ ଅନୁରୋଧ ରକ୍ଷା କରିବାରୁ ନେଗି ଦେଶର ପ୍ରଥମ ଭୋଟର୍ ହେବାର ଗୌରବ ଅର୍ଜନ କରିଥିଲେ। ସେ ପଞ୍ଚାୟତ ହେଉ କି, ଲୋକସଭା ନିର୍ବାଚନ ହେଉ- ସେବେଠାରୁ ସେ କୌଣସି ଭୋଟ୍ ‘ମିସ୍’ କରି ନାହାନ୍ତି।
୧୯୫୧ରେ ପ୍ରଥମେ ଭାରତର ସାଧାରଣ ନିର୍ବାଚନରେ ଭୋଟ୍ ଦେଇଥିବା ନେଗି ଲୋକସଭା ନିର୍ବାଚନରେ ୧୬ ଥର ଭୋଟ୍ ଦେଇସାରିଲେଣି। ପରିଣତ ବୟସରେ ବି ସେ ଭୋଟ୍ ଦାନ କେନ୍ଦ୍ରକୁ ଯାଇ ଭୋଟ୍ ଦେଉଥିଲେ। କିନ୍ତୁ, ଏବେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଭଲ ନ ଥିବାରୁ ପୋଷ୍ଟାଲ୍ ବାଲଟ୍ ଜରିଆରେ ଭୋଟ୍ ଦେବେ ବୋଲି ଅନୁରୋଧ କରିଥିଲେ ଏବଂ ଏଥର ସେ ପ୍ରଥମ ଥର ପାଇଁ ପୋଷ୍ଟାଲ୍ ବାଲଟ୍ରେ ଭୋଟ୍ ଦେଇଛନ୍ତି।
/sambad/media/post_attachments/wp-content/uploads/2022/11/negi.jpg) Image Courtesy of India Today
 Image Courtesy of India Todayଶତାୟୁ ଭୋଟର୍ ନେଗିଙ୍କ ସମ୍ମାନାର୍ଥେ ନିର୍ବାଚନ କମିସନ୍ ଟିମ୍ ‘ରେଡ୍ କାର୍ପେଟ୍’ (ଲାଲ୍ ଗାଲିଚା) ଆଣିଥିଲେ। କିନ୍ନୁର୍ ଡେପୁଟି କମିସନର୍ ଆବିଦ୍ ହୁସେନ୍ କହିଛନ୍ତି, ଶ୍ୟାମଶରଣ ନେଗି ଜଣେ ମହାନ୍ ବ୍ୟକ୍ତି ହୋଇଥିବାରୁ ବିଶେଷ ଆୟୋଜନ କରି ଆମେ ତାଙ୍କର ମତ ସଂଗ୍ରହ କରିବାକୁ ଚାହିଁଲୁ। ଏବଂ ତାହା କରାଗଲା।
ଉଲ୍ଲେଖଯୋଗ୍ୟ, ପାହାଡ଼ୀ ରାଜ୍ୟ ହିମାଚଳ ପ୍ରଦେଶରେ ଥିବା ଭୋଟର୍ଙ୍କ ମଧ୍ୟରୁ ୧,୨୨,୦୯୩ଜଣଙ୍କର ବୟସ ୮୦ରୁ ଊର୍ଦ୍ଧ୍ବ ଏବଂ ସେମାନଙ୍କ ମଧ୍ୟରୁ ୧,୧୯୦ଜଣ ଶତାୟୁ। କଙ୍ଗ୍ରା ଜିଲ୍ଲା ଅନ୍ତର୍ଗତ ସୁଲ୍ଳା ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨,୯୩୬ଜଣ ଅତି ବୟସ୍କ ଭୋଟର୍ ଥିବା ବେଳେ ଫତେପୁର ନିର୍ବାଚନ ମଣ୍ଡଳୀରେ ୭୨ଜଣ ଶତାୟୁ ଭୋଟର୍ ଅଛନ୍ତି।
ସୂଚନାଯୋଗ୍ୟ, ନଭେମ୍ବର ୧୨ ତାରିଖରେ ହିମାଚଳ ପ୍ରଦେଶ ବିଧାନସଭା ନିମନ୍ତେ ଭୋଟ୍ ଗ୍ରହଣ କରାଯିବ ଓ ୮ ଡିସେମ୍ବର ତାରିଖରେ ଭୋଟ୍ ଗଣତି ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/497b9ad8-7289-4b45-88cb-2aa71d7f023c.jpg)
