ହିମାଚଳ ପ୍ରଦେଶ: ମତଦାନ ଶେଷ; ସରକାର ଗଠନ ପାଇଁ ଉଭୟ କଂଗ୍ରେସ ଓ ବିଜେପି ଆଶାବାଦୀ

ସିମ୍‌ଲା: ୬୮ ଆସନ ବିଶିଷ୍ଟ ହିମାଚଳ ପ୍ରଦେଶ ବିଧାନସଭା ଆସନ ହେଉଥିବା ନିର୍ବାଚନରେ ମତଦାନ ପ୍ରକ୍ରିୟା ଗୁରୁବାର ସନ୍ଧ୍ୟାରେ ଶେଷ ହୋଇଛି। ଅପରାହ୍ନ ଦୁଇଟା ସୁଦ୍ଧା ମତଦାନ ହାର ୫୦.୦୯ ପ୍ରତିଶତ ରହିଥିବା ବେଳେ, ମତଗ୍ରହଣ ଶେଷ ବେଳକୁ ମତଦାନର ହାର ୭୪ ପ୍ରରତିଶତ ହିଥିଲା।  ତେବେ, ହିମାଚଳ ପ୍ରଦେଶରେ ମତଦାନ ପ୍ରକ୍ରିୟା ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ରହିଥିବା ଜାଣିବାକୁ ମିଲିଛି। ମତଦାନ ଶେଷ ହେବାପରେ ଉଭୟ ବିଜେପି ଓ କଂଗ୍ରେସର ନେତାମାନେ ଦାବି କରିଛନ୍ତି ଯେ ଏହି ନିର୍ବାଚନରେ ସେମାନଙ୍କ ଦଳ ସଂଖ୍ୟା ଗରିଷ୍ଠତା ଲାଭ କରି ରାଜ୍ୟରେ ସରକାର ଗଠନ କରିବ। ତେବେ, ଆସନ୍ତା ଡିସେମ୍ବର ୧୮ ଭୋଟ ଗଣନା ସରିବା ପରେ, ରାଜ୍ୟରେ ପ୍ରକୃତରେ କିଏ ସରକାର ଗଠନ କରିବ ତାହା ସ୍ପଷ୍ଟ ହେବ।

ଉଲ୍ଲେଖଯୋଗ୍ୟ, ୬୮ ଆସନ ବିଶିଷ୍ଟ ହିମାଚଳ ପ୍ରଦେଶ ବିଧାନସଭା ପାଇଁ ଅନୁଷ୍ଠିତ ହେଉଥିବା ନିର୍ବାଚନରେ ମୋଟ ୩୩୭ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ଏମାନଙ୍କ ମଧ୍ୟରେ ଅଛନ୍ତି ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ବୀରେନ୍ଦ୍ର ସିଂହଙ୍କ ସମେତ ୬୨ ଜଣ ବିଧାୟକ ଓ ମନ୍ତ୍ରୀ। ତେବେ, ଏ ସମସ୍ତଙ୍କ ଭାଗ୍ୟ ଡିସେମ୍ବର ୧୮ରେ ଭୋଟ ଗଣନା କାର୍ଯ୍ୟ ସରିବା ପର୍ଯ୍ୟନ୍ତ ଭୋଟବାକ୍ସ ମଧ୍ୟରେ ବନ୍ଧା ପଡ଼ିଯାଇଛି। ରାଜ୍ୟରେ ପ୍ରଥମଥର ପାଇଁ ଭିଭିପିଏଟି ମେସିନ ଦ୍ୱାରା ଭୋଟ ଗ୍ରହଣ କରାଯାଇଛି।

ସମ୍ବନ୍ଧିତ ଖବର