ହିମାଚଳ ପ୍ରଦେଶରେ ନିଷିଦ୍ଧ ହେଲା ଗଣ-ଧର୍ମାନ୍ତରୀକରଣ

ସିମଲା : ହିମାଚଳ ପ୍ରଦେଶରେ ନିଷିଦ୍ଧ ହେଲା ବାଧ୍ୟତାମୂଳକ ଗଣ ଧର୍ମାନ୍ତରୀଣକରଣ । ଆଜି ଏ ସଂପର୍କିତ ଏକ ବିଲ୍ ହିମାଚଳ ପ୍ରଦେଶ​ ବିଧାନସଭାରେ ଗୃହୀତ ହୋଇଛି । ଏହି ବିଲରେ ବଳପୂର୍ବକ ଧର୍ମାନ୍ତରୀଣକରଣ କଲେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡର ବ୍ୟବସ୍ଥା ରହିଛି ।

ଶନିବାରଦିନ ସହିମାଚଳ ପ୍ରଦେଶ ଧାର୍ମୀୟ ସ୍ବାଧୀନତା (ସଂଶୋଧନ) ବିଲ୍ ୨୦୨୨କୁ ବିଧାୟକମାନେ ବାଚନିକ ଭୋଟରେ ଗୃହୀତ କରିଥିଲେ । ରାଜ୍ୟପାଳଙ୍କ ଅନୁମୋଦନ ପରେ ଏହା ଆଇନରେ ପରିଣତ ହେବ ।

ଏହି ବିଲ ମାଧ୍ୟମରେ ୨୦୧୯ରୁ ହିମାଚଳପ୍ରଦେଶରେ ବ​ଳବତ୍ତର ଥିବା ଏ ସଂପର୍କିତ ଏକ ଆଇନରେ ସଂଶୋଧନ କରାଯାଇଛି । ଏହି ଆଇନ ଅନୁସାରେ ଗୋଟିଏ ସମୟରେ ୨ରୁ ଅଧିକ ଲୋକଙ୍କୁ ଧର୍ମାନ୍ତରୀଣକରଣ କଲେ ତାହାକୁ ଗଣଧର୍ମାନ୍ତରୀଣକରଣ ବୋଲି କୁହାଯିବ । ଏଥିପାଇଁ ମୂଳ ଆଇନରେ ୭ ବର୍ଷର ଜେଲଦଣ୍ଡର ବ୍ୟବସ୍ଥା ଥିବାବେଳେ ସଂଶୋଧନ କରି ତାହାକୁ ୧୦ ବର୍ଷକୁ ବୃଦ୍ଧି କରାଯାଇଛି ।

ହିମାଚଳ ପ୍ରଦେଶରେ ଶାସନ କରୁଥିବା ଜୟରାମ ଠାକୁର ସରକାର ଗଦତ ଶୁକ୍ରବାରଦିନ ଏହି ବିଲକୁ ଆଗତ କରିଥିଲେ । ଶନିବାରଦିନ ତାହା ଉପରେ ଭୋଟିଂ ହୋଇଥିଲା । ପୂର୍ବରୁ ୨୦୦୬ ଏକ ସମାନ ପ୍ରକାରର ଆଇନ ରାଜ୍ୟରେ ବଳବତ୍ତର ଥିଲା, ପରେ ୨୦୧୯ ଆଇନରେ ଏହିଥିରେ ଥିବା ନିୟମକୁ ଆହୁରି କଠୋର କରାଯାଇଥିଲା । ନୂଆ ସଂଶୋଧନରେ ଦଣ୍ଡବିଧାନକୁ ଆହୁରି କଠୋର କରାଯାଇଛି ।

 

ସମ୍ବନ୍ଧିତ ଖବର