ହିମାଚଳପ୍ରଦେଶରେ ଦେଖିବାକୁ ମିଳିଲା ବନ୍ୟାର କରାଳ ରୂପ : ଦେଖୁ ଦେଖୁ ଭାସିଗଲା ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌, ଦେଖନ୍ତୁ କିଭଳି ଥିଲା ସେ ସମୟର ଭୟଙ୍କର ଦୃଶ୍ୟ

ମନାଲି : ହିମାଚଳପ୍ରଦେଶର ମନାଲୀରେ ଏକ ବସ୍‌ ବନ୍ୟା ପାଣିରେ ଭାସିଯିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ବସ୍‌ଟି ଷ୍ଟାଣ୍ଡରେ ରଖା ଯାଇଥିବା ପରେ ହଠାତ୍‌ ଭାସି ଯାଇଥିଲା । ଏହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଲୋମଟାଙ୍କୁରା ଭିଡ଼ିଓରେ ଭଲ୍‌ଭୋ କମ୍ପାନିର ବସ୍‌ ଭାସି ଯାଇଥିବା ବେଳେ ସେ ସମସୟରେ ବସ୍‌ରେ କେହି ଯାତ୍ରୀ ନଥିଲେ ବୋଲି ସ୍ପଷ୍ଟ କରାଯାଇଛି ।

ସୂଚନା ମୁତାବକ, ରବିବାର ଅତ୍ୟଧିକ ବର୍ଷା ହେବାରୁ କୁଲୁ ଏବଂ ମନାଲି ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ଅନେକ ନଦୀରେ ପାଣି ଭରି ଯିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରବିବାର ବସ୍‌ ନଦୀର ଜଳ ସ୍ତର ବଢ଼ିବାରୁ ବନ୍ଧ ଭାଙ୍ଗି ହଠାତ୍‌ ପାଣି ଚାଲି ଆସିଥିଲା । ସେଠାରେ ପାର୍କ କରାଯାଇଥିବା ବସ୍‌ ମଧ୍ୟରେ କେହି ନ ଥିବା ବେଳେ ଧିରେ ଧିରେ ମାଟି ଅତଟା ଖସି ବସିଟି ପାଣିରେ ଭାସି ଯାଇଥିଲେ । ଭାସିବା ସମୟରେ ବାହାରେ କିଛି ଲୋକ ଥିବା ବେଳେ ଭିଡିିଓ ରେକର୍ଡ଼ କରୁଥିବା ଲୋକମାନେ ଏମାନଙ୍କୁ ଆଗରୁ ସଚେତନ କରିଥଲୁ, ମାନିଲେନି ବୋଲି କହୁଥିବା ଦେଖା ଯାଇଛି । ତେବେ ବସ୍‌ଟି ପାଣିରେ ଭାସିଯିବାର ଦୃଶ୍ୟ ଏତେ ଭୟଙ୍କର ଥିଲା ଯେ ଉପସ୍ଥିତ ଲୋକ ଭୟରେ ସେଠାରୁ ଚାଲି ଆସିଥିଲେ ।

ସମ୍ବନ୍ଧିତ ଖବର