ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ମଣ୍ଡିରୁ ଦୁଇଥର ବିଜେପି ସାଂସଦ ଭାବେ ନିର୍ବାଚିତ ହୋଇଥିବା ୬୨ ବର୍ଷିୟ ରାମସ୍ୱରୂପ ଶର୍ମାଙ୍କୁ ଆଜି ନୂଆଦିଲ୍ଲୀସ୍ଥିତ ସରକାରୀ ବାସଭବନରୁ ରହସ୍ୟମୟ ପରିସ୍ଥିତିରେ ମୃତାବସ୍ଥାରେ ଉଦ୍ଧାର କରାଯାଇଛି।

ପ୍ରାପ୍ତ ସୂଚନା ଅନୁସାରେ, ସେ ଘରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି।

Advertisment

୨୦୧୯ ଲୋକସଭା ନିର୍ବାଚନରେ ଶର୍ମା ପୂର୍ବତନ ଟେଲିଯୋଗାଯୋଗ ମନ୍ତ୍ରୀ ସୁଖ ରାମଙ୍କ ନାତି ତଥା କଂଗ୍ରେସ ପ୍ରାର୍ଥୀ ୩୨ ବର୍ଷିୟ ଆଶ୍ରୟ ଶର୍ମାଙ୍କୁ ପରାସ୍ତ କରିଥିଲେ। ୨୦୧୪ ଲୋକସଭା ନିର୍ବାଚନର ସେ ଛଅ ଥର ମୁଖ୍ୟମନ୍ତ୍ରୀ ଥିବା ବୀରଭଦ୍ର ସିଂହଙ୍କ ପତ୍ନୀ ତଥା କଂଗ୍ରେସ ସାଂସଦ ପ୍ରତିଭା ସିଂହଙ୍କୁ ବିପୁଳ ଭୋଟ୍‌ରେ ପରାସ୍ତ କରିଥିଲେ।

publive-image Image Courtesy of National Herald

ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କର ଘନିଷ୍ଠ ବୋଲି ଜଣାଶୁଣା ଶର୍ମା ଦୀର୍ଘ ଦିନ ଧରି ‘ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ’ ସହ ସଂଶ୍ଳିଷ୍ଟ ଥିଲେ।

ଟୁଇଟର୍‌ରେ ମଧ୍ୟ ସେ ଥିଲେ ଖୁବ୍‌ ସକ୍ରିୟ। ଶେଷଥର ପାଇଁ ମାର୍ଚ ୧୪ ତାରିଖରେ ସେ ଟୁଇଟ୍‌ କରିଥିଲେ।

୧୯୫୮ ମସିହା ଜୁନ୍‌ ୧୦ ତାରିଖରେ ମଣ୍ଡି ଜିଲ୍ଲା ଅନ୍ତର୍ଗତ ଜଲପେହର୍‌ ଗ୍ରାମରେ ଜନ୍ମିତ ଶର୍ମା ତିନି ଦିନ ତଳେ କୋଭିଡ୍‌-୧୯ ଟିକାର ପ୍ରଥମ ଡୋଜ୍‌ ନେଇଥିଲେ।