ହିମାଚଳ ପ୍ରଦେଶରେ ମର୍ମନ୍ତୁଦ ଦୁର୍ଘଟଣା : ଖାଇକୁ ବସ୍‌ ଖସି ୪୨ ମୃତ

କୁଲ୍ଲୁ : ହିମାଚଳ ପ୍ରଦେଶର କୁଲ୍ଲୁରେ ଆଜି ଏକ ଯାତ୍ରୀବାହୀ ବସ୍‌ ଖାଇକୁ ଖସିପଡ଼ିବାରୁ ୪୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩୦ ଜଣ ଗୁରୁତର ଆହତ ହୋଇଛନ୍ତି। କୁଲ୍ଲୁର ବଂଜାର ଅଂଚଳରେ ଆଜି ଅପରାହ୍ନରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହାକୁ ନେଇ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳି ଯାଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତ ଓ ଆହତମାନଙ୍କ ପରିବାରକୁ ତୁରନ୍ତ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

କୁଲ୍ଲୁର ବଂଜାରଠାରୁ ପ୍ରାୟ ୧ କିମି ଦୂର ଭିୟୋଠରେ ବସ୍‌ଟି ନିୟନ୍ତ୍ରଣ ହରାଇ ପ୍ରାୟ ୫୦୦ ଫୁଟ ଗଭୀର ଖାଇକୁ ଖସି ପଡ଼ିଥିଲା। ବସ୍‌ରେ ପ୍ରାୟ ୭୨ ଜଣ ଯାତ୍ରୀ ଥିଲେ। ଦୁର୍ଘଟଣା ଖବର ମିଳିବା ପରେ ତୁରନ୍ତ ସ୍ଥାନୀୟ ଜନସାଧାରଣ ଏବଂ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆହତମାନଙ୍କୁ ଚିକିତ୍ସା ଲାଗି ସ୍ଥାନୀୟ ହାସପାତାଳରେ ଭର୍ତ୍ତି କରାଯାଇଥିବାବେଳେ ‌ମୃତାହତଙ୍କ ପରିବାର ଲୋକେ ପହଞ୍ଚିବା ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର