ଖୁଓ୍ଵାରା: ସୋମବାର ଦିନ ସ୍କୁଲ୍‌ ବସ୍‌ ଦୁର୍ଘଟଣାରେ ୧୩ ଜଣ ପିଲା ଏବଂ ଜଣେ ୨୧ ବର୍ଷୀୟ ତରୁଣୀକୁ ହରାଇ ଖୁଓ୍ଵାରା ଗାଁ ଶୋକାଭିଭୂତ ହୋଇ ପଡ଼ିଛି।

Advertisment

ବସ୍‌ଟି ଗଣ୍ଡରେ ଖସିପଡ଼ିବାରୁ ୨୩ ଜଣ ପିଲାଙ୍କ ସମେତ ୨୭ ଜଣଙ୍କର ମୃତ୍ୟୁ ଘଟିଥିଲା। ମଙ୍ଗଳବାର ଦିନ ମୃତ ପିଲାମାନଙ୍କର ଶବଗୁଡ଼ିକୁ ଏକତ୍ର ଗାଁ ଦାଣ୍ଡରେ ମଶାଣିକୁ ନିଆଯିବା ଦୃଶ୍ୟ ଥିଲା ସମଗ୍ର ଗ୍ରାମବାସୀଙ୍କ ପାଇଁ ହୃଦୟ ବିଦାରକ।

୪ ରୁ ୧୨ ବର୍ଷ ବୟସ୍କ ଏହି ପିଲାମାନଙ୍କୁ ଅନ୍ତିମ ବିଦାୟ ଦେବା ଲାଗି ଖୁଓ୍ଵାରା ଏବଂ ଆଖପାଖ ଗାଁରୁ ହଜାର ହଜାର ଜନତା ମଶାଣିରେ ସମବେତ ହୋଇଥିଲେ। ମଶାଣିକୁ ଯିବାକୁ ଉପଯୁକ୍ତ ରାସ୍ତା ନ ଥିବାରୁ ତରବରିଆ ଭାବେ ଜେସିବି ଲଗାଇ ରାସ୍ତା ନିର୍ମାଣ କରାଯାଇଥିଲା।
ରାସ୍ତା ପାଇଁ ଗ୍ରାମବାସୀ କର୍ତ୍ତୃପକ୍ଷଙ୍କୁ ଦୋଷ ଦେଇଛନ୍ତି।

ହରବନସ୍‌ କୁମାର ନାମକ ଜଣେ ବ୍ୟକ୍ତି କହନ୍ତି: ଦୁର୍ଘଟଣା ଘଟିଥିବା ରାସ୍ତା ସକାଳେ ବର୍ଷା ହେବା ଯୋଗୁଁ ରାସ୍ତା ଖସଡ଼ା ହୋଇ ଯାଇଥିଲା। ରାସ୍ତାରେ କ୍ରାସ୍‌ ବ୍ୟାରିଅର୍‌ ମଧ୍ୟ ନ ଥିଲା।

publive-image

ରାଜୀବ କୁମାର କହନ୍ତି: ଆମେ ୧୩ ଜଣ ପିଲାଙ୍କୁ ହରାଇଥିବା କଥା ସହଜେ ବିଶ୍ୱାସ କରି ହେଉନାହିଁ। ସେମାନେ କ’ଣ ଆମ ପିଲାଙ୍କୁ ଫେରାଇ ଦେଇ ପାରିବେ... ସେମାନଙ୍କର କ’ଣ ଦୋଷ ଥିଲା... ଏବେ ତାଙ୍କ ପିତାମାତା ବଞ୍ଚିବେ କିପରି...

ହିମାଚଳ ପ୍ରଦେଶ ହାଇକୋର୍ଟ ନାଗପୁର ସ୍କୁଲ୍‌ ବସ୍‌ ଦୁର୍ଘଟଣା ମାମଲା ଆପଣା ଛାଏଁ ହାତକୁ ନେଇ ରାଜ୍ୟ ସରକାର ଏବଂ ସ୍କୁଲ୍‌ ପରିଚାଳନା କମିଟିକୁ ନୋଟିସ୍‌ ଦେଇଛନ୍ତି।

ହାଇକୋର୍ଟ ପରବର୍ତ୍ତୀ ଶୁଣାଣି ପାଇଁ ଏପ୍ରିଲ୍‌ ୨୦ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି।